ମନରେଗା ମଜୁରି ବୃଦ୍ଧି କଲେ କେନ୍ଦ୍ର ସରକାର, ଓଡ଼ିଶାରେ ୨୧୫ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ୨୦୨୧ରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମନରେଗା ମଜୁରି ବୃଦ୍ଧି କରିଥିବା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ପାଇଁ ଏହା ଗତ ବର୍ଷ ୨୦୭ ଟଙ୍କା ଥିଲା ଏବଂ ୨୦୨୧ରେ ମଜୁରି ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ବୃଦ୍ଧି ଲାଗୁ କରାଯାଇଛି।

image source-the hindu

ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶରେ ମନରେଗା ମଜୁରି ପୂର୍ବରୁ ୨୩୭ ଟଙ୍କା, ଅରୁଣାଚଳ ପ୍ରଦେଶରେ ୨୦୫ ଟଙ୍କା, ଆସାମରେ ୨୧୩ ଟଙ୍କା, ବିହାରରେ ୧୯୪ ଟଙ୍କା, ଛତିଶଗଡ଼ରେ ୧୯୦ ଟଙ୍କା, ଗୋଆରେ ୨୮୦ ଟଙ୍କା, ଗୁଜୁରାଟରେ ୨୨୪ ଟଙ୍କା, ହରିଆଣାରେ ୩୦୯ ଟଙ୍କା, ହିମାଚଳ ପ୍ରଦେଶରେ ୨୪୮ ଟଙ୍କା, ଜମ୍ମୁ କଶ୍ମୀରରେ ୨୦୪ ଟଙ୍କା, ଲଦାଖରେ ୨୦୪ ଟଙ୍କା, ଝାରଖଣ୍ଡରେ ୧୯୪ ଟଙ୍କା, କର୍ଣ୍ଣାଟକରେ ୨୭୫ ଟଙ୍କା, କେରଳରେ ୨୯୧ ଟଙ୍କା, ମଧ୍ୟପ୍ରଦେଶରେ ୧୯୦ ଟଙ୍କା, ମହାରାଷ୍ଟ୍ରରେ ୨୩୮ ଟଙ୍କା, ମଣିପୁରରେ ୨୩୮ ଟଙ୍କା, ମେଘାଳୟରେ ୨୦୩ ଟଙ୍କା, ମିଜୋରାମରେ ୨୨୫ ଟଙ୍କା, ନାଗାଲାଣ୍ଡରେ ୨୦୫ ଟଙ୍କା, ପଞ୍ଜାବରେ ୨୬୩ ଟଙ୍କା, ରାଜସ୍ଥାନରେ ୨୨୦ ଟଙ୍କା, ସିକିମରେ ୨୦୫ ଟଙ୍କା, ତାମିଲନାଡ଼ୁରେ ୨୫୬ ଟଙ୍କା, ତେଲେଙ୍ଗାନାରେ ୨୩୭ ଟଙ୍କା, ତ୍ରିପୁରାରେ ୨୦୫ ଟଙ୍କା, ଉତ୍ତର ପ୍ରଦେଶରେ ୨୦୧ ଟଙ୍କା, ଉତ୍ତରାଖଣ୍ଡରେ ୨୦୧ ଟଙ୍କା, ପଶ୍ଚିମବଙ୍ଗରେ ୨୦୪ ଟଙ୍କା, ଆଣ୍ଡାମାନରେ ୨୬୭ ଟଙ୍କା, ନିକୋବରରେ ୨୮୨ ଟଙ୍କା, ଦାଦରନଗରହାଭେଳିରେ ୨୫୮ ଟଙ୍କା, ଡାମନଡିଉରେ ୨୨୭ ଟଙ୍କା, ଲାକ୍ଷାଦୀପରେ ୨୬୬ ଟଙ୍କା ଓ ପୁଡୁଚେରୀରେ ୨୫୬ ଟଙ୍କା ଥିଲା।

The post ମନରେଗା ମଜୁରି ବୃଦ୍ଧି କଲେ କେନ୍ଦ୍ର ସରକାର, ଓଡ଼ିଶାରେ ୨୧୫ ଟଙ୍କାକୁ ବୃଦ୍ଧି first appeared on Sambad.

from ରାଜ୍ୟ | Sambad https://ift.tt/3rMBsw9

Post a Comment

0 Comments