ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି। ଏହି ପିଲାଙ୍କର ଆଉ କ୍ଲାସ୍ ହେବ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନ ଥିଲେ ବି ଆପାତତଃ ତାହା ସ୍ଥିର ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ।
ତେବେ ନବମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କର କ୍ଲାସ୍ ଚାଲୁଥିବା ହେତୁ ସେମାନଙ୍କର ଅଫଲାଇନରେ ପରୀକ୍ଷା କରାଯିବ। ଏଣେ ଆଗାମୀ ଏପ୍ରିଲ ମାସରେ ସ୍କୁଲ ଖୋଲାଯିବ କି ନା, ସେଥିନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ। ଏପ୍ରିଲରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷାବର୍ଷ ଜୁନ୍ ମାସରେ ଆରମ୍ଭ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଖରା ଏବଂ କରୋନା ମହାମାରୀକୁ ନଜରରେ ରଖି ଏପ୍ରିଲ ପରିବର୍ତ୍ତେ ଜୁନ୍ ମାସରେ ଏହାକୁ ଆରମ୍ଭ କରିବାକୁ ବିଚାରବିମର୍ଶ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି ।
The post ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ପ୍ରମୋସନ୍ ଦିଆଯିବ: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ first appeared on Sambad.
from ରାଜ୍ୟ – Sambad https://ift.tt/3tgfamN
0 Comments