ଭୁବନେଶ୍ବର-ବାଙ୍ଗିରି‌ପୋଷି ସ୍ବତନ୍ତ୍ର ଟ୍ରେନ୍‌ ସମୟ ବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ(୦୨୮୯୨/୦୨୮୯୧) ସେବାକୁ ମାର୍ଚ୍ଚ ପହିଲାଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଟ୍ରେନ ଭୁବନେଶ୍ୱରରୁ ମାର୍ଚ୍ଚ ପହିଲାରୁ ଓ ବାଙ୍ଗିରିପୋଷିରୁ ମାର୍ଚ୍ଚ ୨ରୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ ସନ୍ଧ୍ୟା ୫ଟା ୩୦ରେ ଛାଡ଼ି ବାଙ୍ଗିରିପୋଷିରେ ରାତି ୧୨ଟା ୫ରେ ପହଞ୍ଚିବ। ଫେରିବା ବେଳେ ଏହି ଟ୍ରେନ ବାଙ୍ଗିରିପୋଷିରୁ ଭୋର ୪ଟା ୨୦ରେ ଛାଡ଼ି ଭୁବନେଶ୍ୱରଠାରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିବ। ଏହି ଟ୍ରେନ କଟକ, ଯାଜପୁର-କେନ୍ଦୁଝର ରୋଡ, ଭଦ୍ରକ, ମାର୍କୋଣା, ସୋରୋ, ବାଲେଶ୍ୱର, ରୁପ୍‌ସା, ଠାକୁରତୋଟା, ଜୁଗପୁରା, ଜୋଗଲ, ବେତନଟି, କୃଷ୍ଣଚନ୍ଦ୍ରପୁର, ବାରିପଦା ଓ ରାଜଲୁକା ଷ୍ଟେସନରେ ରହଣି କରିବ। ଟ୍ରେନରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର୍ କାର୍, ୯ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ୍‌ ଓ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସୁବିଧା ଉପଲବ୍ଧ ରହିଛି। ଅନ୍ୟପକ୍ଷରେ ମାର୍ଚ୍ଚ ପହିଲାରୁ ୩୧ ପର୍ଯ୍ୟନ୍ତ ବାମରାଠାରେ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେସାଲ୍ ଟ୍ରେନ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

The post ଭୁବନେଶ୍ବର-ବାଙ୍ଗିରି‌ପୋଷି ସ୍ବତନ୍ତ୍ର ଟ୍ରେନ୍‌ ସମୟ ବୃଦ୍ଧି first appeared on Sambad.



from ରାଜ୍ୟ – Sambad https://ift.tt/3b6uOeb

Post a Comment

0 Comments