
ଯାଜପୁର: ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ଗ୍ରାପର ସରିଫାବାଦ ଗ୍ରାମରେ ଗତ ୧୩ ତାରିଖ ରାତିରେ ଅଷ୍ଟପ୍ରହରୀକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ନୀଳମଣି ଦଳେଇ( ଟୁଟୁଆ) ନାମରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ତାଙ୍କ ବୟସ ୨୫ ବର୍ଷ ଓ ସେ ମହେଶ୍ବର ଦଳେଇଙ୍କ ପୁଅ ବୋଲି ଜଣାଯାଇଛି। ପରିବାର ପକ୍ଷରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଗତକାଲି ରାତିରେ ମେଡିକାଲରୁ ଫେରିଲା ପରେ ଘରେ ମୃତ୍ୟୁ ହୋଇଛି । ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ। ଶବ ବ୍ୟବଛେଦ ପରେ ପ୍ରକୃତ କଥା ଜଣାପଡ଼ିବ। ପୁଲିସ କିଛି ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
The post ଅଷ୍ଟପ୍ରହରୀକୁ ନେଇ ଗଣ୍ଡଗୋଳ : ଯୁବକ ମୃତ first appeared on Sambad.
from ରାଜ୍ୟ – Sambad https://ift.tt/3cLeaAH
0 Comments