
ଭୁବନେଶ୍ୱର : ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିସନ୍ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଓଡ଼ିଶାରୁ ୪୩ ଜଣ ଅଧିକାରୀ ଏଥିରେ ସ୍ଥାନ ପାଇଛନ୍ତି। ଏହା ମଧ୍ୟରେ ଅଛନ୍ତି ସାଧାରଣ ପର୍ଯ୍ୟବେକ୍ଷକଙ୍କ ନିମନ୍ତେ ରାଜ୍ୟର ୨୨ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ, ପୁଲିସ ପର୍ଯ୍ୟବେକ୍ଷକ ନିମନ୍ତେ ୧୨ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିମନ୍ତେ ୯ ଜଣ ବରିଷ୍ଠ ଆଇଆର୍ଏସ୍ ଅଧିକାରୀ।
ଆଜି ନିର୍ବାଚନ କମିସନ୍ ଅନ୍ଲାଇନ୍ ମାଧ୍ୟମରେ ପର୍ଯ୍ୟବେକ୍ଷକମାନଙ୍କ ସହ ବୈଠକ କରିଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରିଚାଳନା ନିମନ୍ତେ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ କମିସନ୍ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଥିଲେ। ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗଣମାଧ୍ୟମକୁ କହିଥିଲେ ଯେ ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଇଭିଏମ୍ ମହଜୁଦ୍ ଅଛି। ଅଧିକ ବୁଥ୍ କରାଯାଇଛି। କାରଣ କୋଭିଡ୍ ପାଇଁ ଗୋଟିଏ ବୁଥ୍ରେ ହଜାରେ ଜଣ ଭୋଟ୍ ଦେବେ। ଇଭିଏମ୍ ଅଧିକାରୀମାନଙ୍କ ଟ୍ରେନିଂ ସରିଛି। ନିର୍ବାଚନ କମିସନ୍ଙ୍କ ତାରିଖ ଘୋଷଣାକୁ ଅପେକ୍ଷା କରିଛୁ।
The post ୫ ରାଜ୍ୟରେ ନିର୍ବାଚନ ପାଇଁ ଓଡ଼ିଶାରୁ ଯିବେ ୪୩ ପର୍ଯ୍ୟବେକ୍ଷକ first appeared on Sambad.
from ରାଜ୍ୟ – Sambad https://ift.tt/2Om3b7W
0 Comments