ବଦଳିବ ଅବକାରୀ ବିଭାଗର କଳେବର : ୨ଟି ନୂଆ ଅବକାରୀ ଜିଲ୍ଲା ଓ ୫ଟି ନୂଆ ଥାନା ହେବ

ଭୁବନେଶ୍ବର : ରାଜ୍ୟ ଅବକାରୀ ବିଭାଗର କଳେବର ବଦଳିବ। ଓଡ଼ିଶା ଅବକାରୀ ସେବା କ୍ୟାଡର୍‌ର ପୁନର୍ଗଠନ ସହ ଅବକାରୀ ବିଭାଗ ପାଇଁ ଆଉ କିଛି ପ୍ରସ୍ତାବରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଭାଗ କରି ଭୁବନେଶ୍ବର ଓ ରାଉରକେଲାରେ ଦୁଇଟି ନୂଆ ଅବକାରୀ ଜିଲ୍ଲା ଗଠନ ହେବ। ଏଥିରେ ଚାରିଟି ଅମଲା ପଦ ସୃଷ୍ଟି ହେବ। ସେହିପରି ଭଦ୍ରକ ଜିଲ୍ଲାର ତିହିଡ଼ି, ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଢେଙ୍କାନାଳ ଜିଲ୍ଲାର ଭୁବନ, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷରେ ପାଞ୍ଚଟି ନୂଆ ଅବକାରୀ ଥାନା ସୃଷ୍ଟି ହେବ। ଆନ୍ତଃରାଜ୍ୟ ସୀମା ତଥା ନକଲି ମଦ ପ୍ରସ୍ତୁତି ଆଦିକୁ ବିଚାରକୁ ନେଇ ନୂ୍ଆ ଥାନା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହା ବାଦ୍ ଅବକାରୀ କମିସନ୍‌ର କାର୍ଯ୍ୟାଳୟକୁ ରାଜସ୍ବ ବୋର୍ଡରୁ ପୃଥକ କରି ଅବକାରୀ ନିର୍ଦ୍ଦେଶାଳୟ ଭାବେ କାର୍ଯ୍ୟକାରୀ କରାଯିବ। ପାଞ୍ଚଟି ନୂଆ ଅମଲାସ୍ତରୀୟ ମୂଳ ପଦବି ସୃଷ୍ଟି ସହିତ ସ୍ବାଧୀନ ଭାବେ ଏହାର କର୍ମଚାରୀ ଓ କ୍ୟାଡର୍‌ ସୁପରିଚାଳନା କରିବ‌ାର କ୍ଷମତା ପ୍ରଦାନ କରାଯିବ। ଅତିରିକ୍ତ କମିସନର୍‌, ଯୁଗ୍ମ କମିସନର୍‌, ଉପ କମିସନର୍‌, ଅବକାରୀ ଅଧୀକ୍ଷକ, ଉପ ଅବକାରୀ ଅଧୀକ୍ଷକ, ନିରୀକ୍ଷକ, ଉପ ନିରୀକ୍ଷକ, ସହକାରୀ ଉପ ନିରୀକ୍ଷକ ଓ ଅବକାରୀ ସିପାହୀ ଆଦି ପଦ ପାଇଁ ୩୦୪ଟି ନୂଆ ପଦ ସୃଷ୍ଟି ସହିତ ‌େମାଟ ପଦବି ସଂଖ୍ୟା ୧୯୦୬ରୁ ୨୨୧୦କୁ ବୃଦ୍ଧି କରାଯିବ।

The post ବଦଳିବ ଅବକାରୀ ବିଭାଗର କଳେବର : ୨ଟି ନୂଆ ଅବକାରୀ ଜିଲ୍ଲା ଓ ୫ଟି ନୂଆ ଥାନା ହେବ first appeared on Sambad.



from ରାଜ୍ୟ – Sambad https://ift.tt/3rngbsE

Post a Comment

0 Comments