ହିନ୍ଦୋଳରେ ଅଭାବନୀୟ ଘଟଣା: ହାତୀ ଆକ୍ରମଣରେ ମହିଳା ମୃତ

ରାସୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଦାଣ୍ଡିରୀ ପଞ୍ଚାୟତ କାଠଖୁମ୍ପା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସୁଷମା ସାହୁ (୪୫) ଆଜି ସକାଳୁ ପୋଖରୀରେ ଗାଧୋଇ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ସୁଷମାଙ୍କୁ ପାଦରେ ଦଳି ଦେବା ପରେ ଶୁଣ୍ଢରେ ଫୋପାଡ଼ି ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ସୁଷମାଙ୍କ ମୃତ୍ୟୁ ହୋଇଥିଲା।

ସୁଷମା ନିଜ ବାପଘର ତର୍କବେଡାରୁ ତାଙ୍କର ନାନୀଘର କାଠଖୁମ୍ପା ବୁଲିବାକୁ ଆସିଥିଲେ। ଆଜି ସକାଳୁ ସେ ଗାଧୋଇ ଫେରିଲା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ତାଙ୍କ ନାନୀ ପ୍ରକାଶ କରିଛନ୍ତି।

The post ହିନ୍ଦୋଳରେ ଅଭାବନୀୟ ଘଟଣା: ହାତୀ ଆକ୍ରମଣରେ ମହିଳା ମୃତ first appeared on Sambad.

from ରାଜ୍ୟ | Sambad https://ift.tt/3s2eAcc

Post a Comment

0 Comments