ଏନଟିପିସିର ଅଧ୍ୟକ୍ଷ-ମୁଖ୍ୟ ଶାସନ ସଚିବ ବୈଠକ: ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାତୀୟ ତାପଜ ବିଦ୍ୟୁତ ନିଗମ ଲିମିଟେଡର ଅଧ୍ୟକ୍ଷ ଗୁରୁଦୀପ ସିଂହଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ମୁଖ୍ୟତଃ ତାଳଚେରଠାରେ ଟିଟିପିଏସର ନୂଆ ୟୁନିଟ ପ୍ରତିଷ୍ଠା ସହ ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଓ ଅସୁବିଧା ଆଦି ବିଷୟରେ ଆଲୋଚନା ହୋଇଥିଲା।

ଆଲୋଚନା ‌ପରେ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ, ତାଳଚେରରେ ଟିଟିପିଏସର ନୂଆ ୟୁନିଟ ପ୍ରତିଷ୍ଠା ବିଷୟରେ ନୀତିଗତ ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ଗ୍ରୀଡକୋ, ଏନଟିପିସି, ଶକ୍ତି ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ନୂଆ ୟୁନିଟ ପ୍ରତିଷ୍ଠା ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ଅଭିଯୋଗର ଆଶୁ ସମାଧାନ ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବ। ଏହି ମିଳିତ କାର୍ଯ୍ୟଯୋଜନା ତ୍ବରାନ୍ବିତ କାର୍ଯ୍ୟାନ୍ବୟନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

The post ଏନଟିପିସିର ଅଧ୍ୟକ୍ଷ-ମୁଖ୍ୟ ଶାସନ ସଚିବ ବୈଠକ: ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି first appeared on Sambad.

from ରାଜ୍ୟ | Sambad https://ift.tt/3cBvf0Q

Post a Comment

0 Comments