କଲେଜ ପରିବର୍ତନ କରିପାରିବେ ଯୁକ୍ତ୨ ଛାତ୍ରଛାତ୍ରୀ, ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ କଲେଜ ପରିବର୍ତନ କରିପାରିବେ। ଏଥିପାଇଁ ମାର୍ଚ୍ଚ ୧୯ ତଥା ଶୁକ୍ରବାରଠାରୁ www.samsodisha.gov.in ୱେବସାଇଟ୍‌ରେ ଆବେଦନ ଫର୍ମ ଉପଲବ୍ଧ ହେବ। ଆଗ୍ରହ ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ୨୬ ତାରିଖ ପର୍ଯ୍ୟନ୍ତ କଲେଜ ବଦଳ ଲାଗି ଆବେଦନ କରିପାରିବେ ଏବଂ ୨୦ରୁ ୨୭ ତାରିଖ ମଧ୍ୟରେ ବିଦ୍ୟାଳୟ ଛାଡ଼ିବା ଲାଗି ଯାଞ୍ଚ କରାଯିବ। ୨୨ରୁ ୩୦ ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ସାମ୍‌ସ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ମାର୍ଚ୍ଚ ୩୧ରୁ ଜୁନ୍‌ ୯ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଦ୍ବାରା ଆପ୍ଲିକେସନ ରିଭ୍ୟୁ ଓ ଅନୁମୋଦନ କରାଯିବ। ଏପ୍ରିଲ ୧ରୁ ୧୨ ମଧ୍ୟରେ ନିର୍ଦ୍ଧାରିତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମଲେଖାଇବେ। କଲେଜ ବଦଳି ଲାଗି ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଥିବାରୁ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା ଆଜି ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି।

The post କଲେଜ ପରିବର୍ତନ କରିପାରିବେ ଯୁକ୍ତ୨ ଛାତ୍ରଛାତ୍ରୀ, ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ first appeared on Sambad.

from ରାଜ୍ୟ | Sambad https://ift.tt/2NvcWAK

Post a Comment

0 Comments