ଭଦ୍ରକ : ଚରମ୍ପା ବେଲମଳା ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା ଘର

ଭଦ୍ରକ : ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଖବର ପାଇ ଦୁଇଟି ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

The post ଭଦ୍ରକ : ଚରମ୍ପା ବେଲମଳା ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା ଘର first appeared on Sambad.

from ରାଜ୍ୟ | Sambad https://ift.tt/3lvsocz

Post a Comment

0 Comments