ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସମସ୍ତେ ପାସ୍‌

ଭୁବନେଶ୍ବର : ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ବିନା ବାର୍ଷିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେ‌ବେ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ହେଁ ଆପାତତଃ ସ୍ଥିର ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ଛାତ୍ରଛାତ୍ରୀଙ୍କର କୌଣସି କ୍ଲାସ୍ ହୋଇନି। ସମସ୍ତେ ଅନଲାଇନ୍‌ରେ ବି କ୍ଲାସ୍‌ କରିପାରିନାହାନ୍ତି। ଏବେ ସେମାନଙ୍କର ପାଠପଢ଼ା ଆରମ୍ଭ କରିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଗତବର୍ଷ ବି କରୋନା ମହାମାରୀ ଯୋଗୁଁ ବାର୍ଷିକ ପରୀକ୍ଷା ହୋଇପାରିନଥିଲା। ତେଣୁ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍‌ କରାଯାଇଥିଲା।

ସେହିପରି ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଯୋଜନା ହୋଇଥିଲେ ‌ହେଁ ରାଜ୍ୟରେ ଖରା ବଢ଼ୁଥିବାରୁ ଏବଂ କରୋନା ସଂକ୍ରମଣ କିଛି କିଛି ସ୍ଥାନରେ ବଢ଼ୁଥିବାରୁ ଜୁନ୍‌ ମାସରୁ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ବିଚାରବିମର୍ଶ ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ହେଲେ ନବମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ କ୍ଲାସ୍‌ ଚାଲୁଥିବାରୁ ସେମାନଙ୍କର ଅଫଲାଇନ୍‌ରେ ପରୀକ୍ଷା ହେବ। ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ଦଶମ ଶ୍ରେଣୀକୁ ଯିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତେ ପାସ୍‌ ହେବେ ବୋଲି କହିବା ପରେ ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ସ୍ବାଗତ କରିଛି। ଏହି ନିୟମ ବି ଘରୋଇ ସ୍କୁଲ ପାଇଁ ଲାଗୁ ହେଉ ବୋଲି ଅଭିଭାବକ ମହାସଂଘ ଦାବି କରିଛି।

The post ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସମସ୍ତେ ପାସ୍‌ first appeared on Sambad.



from ରାଜ୍ୟ – Sambad https://ift.tt/3ctQYGP

Post a Comment

0 Comments