
ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ଇଣ୍ଡଷ୍ଟ୍ରିଆଲ୍ କରିଡର୍ ପ୍ରୋଗ୍ରାମ୍ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅଫ୍ ପ୍ରାୟୋରିଟି ନୋଡ୍’ରେ ‘ଗୋପାଳପୁର-ଭୁବନେଶ୍ୱର-କଳିଙ୍ଗନଗର’ (ଜିବିକେ ନୋଡ୍) ଏବଂ ‘ପାରାଦୀପ-କେନ୍ଦ୍ରାପଡ଼ା-ଧାମରା-ସୁବର୍ଣ୍ଣରେଖା’କୁ (ପିକେଡିଏସ୍ ନୋଡ୍) ଅନ୍ତର୍ଭୁକ୍ତ କରାଯାଇଥିବା କଥା ଆଜି ଏକ ବିବୃତିରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ୍ କହିଛନ୍ତି।
ପଶ୍ଚିମବଙ୍ଗର ଦୀଘାରୁ ଓଡ଼ିଶାର ଗୋପାଳପୁର ପର୍ଯ୍ୟନ୍ତ ୪୫୧ କିଲୋମିଟର୍ ଦୀର୍ଘ ‘ଭାରତମାଳା ଉପକୂଳବର୍ତ୍ତୀ ରାଜପଥ’ ଅଞ୍ଚଳରେ ‘ଇଣ୍ଡଷ୍ଟ୍ରିଆଲ୍ କରିଡର୍’ ସ୍ଥାପନ ନିମନ୍ତେ ସରକାରଙ୍କର କୌଣସି ପ୍ରସ୍ତାବ ଅଛି କି, ବୋଲି ଆଜି ଲୋକସଭାରେ ବିଜେପି ସାଂସଦ ଜୁଏଲ୍ ଓରାମ୍ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ୍ଙ୍କୁ ପଚାରିଥିଲେ।
ସେ ଆହୁରି ମଧ୍ୟ ପଚାରିଥିଲେ ଯେ, ସେଭଳି କୌଣସି ପ୍ରସ୍ତାବ ଥିଲେ, ଉପରୋକ୍ତ ‘ଇଣ୍ଡଷ୍ଟ୍ରିଆଲ୍ କରିଡର୍’ରେ ସ୍ଥାପନ ହୋଇ ସାରିଥିବା ଶିଳ୍ପ ଏବଂ ସ୍ଥାପନ ହେବାକୁ ଥିବା ଶିଳ୍ପ ସଂକ୍ରାନ୍ତରେ ସବିଶେଷ ବିବରଣୀ ଦିଅନ୍ତୁ।
ଏହାର ଉତ୍ତର ଦେବାକୁ ଯାଇ ଗୋୟଲ୍ କହିଛନ୍ତି, ‘ଓଡ଼ିଶା ଇକୋନୋମିକ୍ କରିଡର୍’ର (ଓଇସି) ଅନ୍ତର୍ଭୁକ୍ତି ଏବଂ ବିକାଶ ନିମନ୍ତେ ୨୦୨୦ ଜୁଲାଇରେ ଓଡ଼ିଶା ସରକାର ପ୍ରସ୍ତାବ ଦାଖଲ କରିଥିଲେ। ୨୦୨୦ ଅଗଷ୍ଟ ୧୯ରେ ଅନୁଷ୍ଠିତ ବୈଠକରେ ‘ନ୍ୟାସ୍ନାଲ୍ ଇଣ୍ଡଷ୍ଟ୍ରିଆଲ୍ କରିଡର୍ ଡେଭ୍ଲପ୍ମେଣ୍ଟ୍ ଆଣ୍ଡ୍ ଇମ୍ପ୍ଲେମେଣ୍ଟେସନ୍ ଟ୍ରଷ୍ଟ୍’ (ଏନ୍ଆଇସିଡିଆଇଟି) ‘ଓଇସି’କୁ ଅନ୍ତର୍ଭୁକ୍ତ କରିବା ଲାଗି ଅନୁମୋଦନ କରିଥିଲା। ଏହି ‘ନୋଡ୍’ଗୁଡ଼ିକ ଲାଗି ପ୍ରକଳ୍ପ ବିକାଶ କାର୍ଯ୍ୟକଳାପ ଆରମ୍ଭ ହୋଇଛି। ଶିଳ୍ପଗୁଡ଼ିକର ଚାହିଦା ମୂଲ୍ୟାୟନ ସମେତ ପ୍ରାରମ୍ଭିକ ଇଞ୍ଜିନିୟରିଙ୍ଗ୍ ଓ ମାଷ୍ଟର୍ ପ୍ଲାନିଙ୍ଗ୍ ପାଇଁ ୨୦୨୧ ଫେବ୍ରୁଆରିରେ ପରାମର୍ଶଦାତାଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।
The post ‘ଏନ୍ଆଇସିଡିଆଇଟି’ରେ ସାମିଲ ହୋଇଛି ଓଡ଼ିଶାର ‘ଜିବିକେ’ ଏବଂ ‘ପିକେଡିଏସ୍’ ନୋଡ୍: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍ first appeared on Sambad.
from ରାଜ୍ୟ – Sambad https://ift.tt/2OyVo6Z
0 Comments