ମହିଳା ବିଲ ପାରିତ କରିବାକୁ ସଂସଦରେ ବିଜେଡି ଉଦ୍ୟମ କରୁ: ନିରଞ୍ଜନ

ଭୁବନେଶ୍ବର : ଆସନ୍ତା ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ। କଂଗ୍ରେସ ଦଳ ମହିଳାମାନଙ୍କ ବିକାଶ ପାଇଁ ସବୁବେଳେ କାର୍ଯ୍ୟ କରି ଆସିଛି। ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଛି। ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ବିଜେଡି ଉଦ୍ୟମ କରୁ। ଶନିବାର ଦିନ ଏକ ପ୍ରେସ୍‌ ବିବୃତି ଜାରି କରି ରାଜ୍ୟ ସରକାରଙ୍କୁ ଏପରି ପରାମର୍ଶ ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ତଥା ଦେଶର ରାଷ୍ଟ୍ରପତି ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦବିରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି। ବିଜେଡି ସରକାର ସର୍ବଦା ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଛି। ଗାଁକୁ କାମ ମା’କୁ ସମ୍ମାନର ନାରା ଦେଇ ଚାଲିଛି। କେନ୍ଦ୍ର ବିଜେପି ସରକାରଙ୍କୁ ସବୁ କ୍ଷେତ୍ରରେ ବିଜେଡି ଦଳ ସଂସଦରେ ସମର୍ଥନ କରି ଆସିଛି। ରାଜ୍ୟ ସରକାରଙ୍କର ଯଦି ଓଡ଼ିଶାର ମା’ଭଉଣୀମାନଙ୍କ ପ୍ରତି ଦରଦ ଓ ଆନ୍ତରିକତା ଥାଏ, ତେବେ ବିଜେଡି ଦଳ ବିଜେପି ସରକାର ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

The post ମହିଳା ବିଲ ପାରିତ କରିବାକୁ ସଂସଦରେ ବିଜେଡି ଉଦ୍ୟମ କରୁ: ନିରଞ୍ଜନ first appeared on Sambad.



from ରାଜ୍ୟ – Sambad https://ift.tt/30gydRs

Post a Comment

0 Comments