ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ବିଭିନ୍ନ ସ୍ଥାନରେ ରେଳରୋକ ଓ ଜାତୀୟ ରାଜପଥ ଅବରୋଧ

ଭୁବନେଶ୍ବର: ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛନ୍ତି କଂଗ୍ରେସ ଓ ବାମଦଳ। ଏଥିଲାଗି କଂଗ୍ରେସ, ବାମଦଳ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟମାନେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି। ଏମାନେ କେତେକ ସ୍ଥାନରେ ରେଳରୋକ କରିଥିବାର ଖବର ମିଳିଛି।

ରାଜଧାନୀରେ ସକାଳେ ପଳାଶୁଣି ଛକରେ କେତେକ କର୍ମୀ ଜାତୀୟ ରାଜପଥ ଅବରୋଧ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। ବାଲେଶ୍ବର ଓ ଭୁବନେଶ୍ବରରେ ରେଳରୋକ କରାଯାଇଥିଲା। ଭଦ୍ରକରେ ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଚାଷୀ ସଂଗଠନର କର୍ମକର୍ତ୍ତାମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ତେବେ କଟକରେ ସେଭଳି ଘଟଣା ଘଟି ନଥିବା ଜଣାଯାଇଛି। ଘରୋଇ ବସ୍ ଚଳାଚଳ ବନ୍ଦ ଥିଲେ ବି ଦୁଇଚକିଆ ଗାଡ଼ି ଚଳାଚଳ ସ୍ବାଭାବିକ ରହିଛି।

ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତିକ୍ରମେ ‘ଭାରତ ବନ୍ଦ’ ପରିପ୍ରେକ୍ଷୀରେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିଛି। ୨୬ ତାରିଖରେ ହେବାକୁ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ଯୁକ୍ତ ତିନି ପଞ୍ଚମ ସେମିଷ୍ଟର୍ ପରୀକ୍ଷାକୁ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ‘ଭାରତ ବନ୍ଦ’ ସମୟରେ ରାଜ୍ୟର ପ୍ରମୁଖ ହାଟ,ବଜାର ବନ୍ଦ ରହିଥିବାର ସୂଚନା ମିଳିଛି।

The post ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ବିଭିନ୍ନ ସ୍ଥାନରେ ରେଳରୋକ ଓ ଜାତୀୟ ରାଜପଥ ଅବରୋଧ first appeared on Sambad.

from ରାଜ୍ୟ | Sambad https://ift.tt/2P68VDy

Post a Comment

0 Comments