ମାଲିକକୁ ହତ୍ୟା କଲା ଗଞ୍ଜା, ଥାନାରେ ଅଟକ ରଖିଛି ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାରେ ଦୁଃଖଦ ତଥା ଚକିତ କଲା ଭଳି ଘଟଣା ଘଟିଛି। ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ଗୋଟିଏ ଗଞ୍ଜା ନିଜ ମାଲିକକୁ ହତ୍ୟା କରିଛି। ଏହି ଘଟଣାରେ ପୁଲିସ ଗୋଟିଏ ମାମଲା ରୁଜୁ କରିବା ସହ ଗଞ୍ଜାକୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଗତମାସ ୨୨ତାରିଖ ଦିନ ତେଲେଙ୍ଗାନା ରାଜ୍ୟର ଜଗତିୟାଲ ଜିଲ୍ଲା ଅନ୍ତର୍ଗତ ଲୁଥିନୁର ଗାଁରେ ଏଭଳି କୁକୁଡ଼ା ଲଢ଼େଇର ଆୟୋଜନ ହୋଇଥିଲା। ମନୋରଂଜନ ପାଇଁ ହେଉଥିବା ଏହି ଲଢ଼େଇରେ ହଜାର ହଜାର ଟଙ୍କା ବାଜି ବି ଲାଗିଥିଲା। ନିଜ ଗଞ୍ଜା ଗୋଡ଼ରେ ଧାରୁଆ ଛୁରି ବାନ୍ଧି ପୂର୍ବ ପ୍ରସ୍ତୁତି କରୁଥିଲେ ମାଲିକ ସତୀଶ। କିନ୍ତୁ କୁକୁଡ଼ା ଏତେମାତ୍ରାରେ ଉଗ୍ର ହୋଇଯାଇଥିଲା ଯେ ଭୂଇଁରୁ କିଛି ଫୁଟ ଉପରକୁ ଡେଇଁବା ଆରମ୍ଭ କରିଥିଲା। ବାରମ୍ବାର ଏମିତି ଡେଇଁବା ମଧ୍ୟରେ ମାଲିକ ସତୀଶଙ୍କ ନିକଟକୁ ଚାଲି ଆସି ଅତର୍କିତ ଆକ୍ରମଣ କରିଥିଲା। ସାମାନ୍ୟ ଅନ୍ୟମନସ୍କ ରହିଥିବା ସତୀଶ ବର୍ତ୍ତିବାକୁ ଚେଷ୍ଟା କରିଥିଲେ ବି ଅଣ୍ଟାରେ ଛୁରି ପଶି ଯାଇଥିଲା। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

The post ମାଲିକକୁ ହତ୍ୟା କଲା ଗଞ୍ଜା, ଥାନାରେ ଅଟକ ରଖିଛି ପୁଲିସ first appeared on Sambad.



from ରାଜ୍ୟ – Sambad https://ift.tt/307cXh4

Post a Comment

0 Comments