ଆସନ୍ତା‌ ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ

ଭୁବନେଶ୍ବର : ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବ। ତେଣୁ ଦିନରେ ପ୍ରବଳ ଖରା ସତ୍ତ୍ବେ ତାତି ସେହି ଅନୁପାତରେ ବଢ଼ିବ ନାହିଁ। ତେବେ ଏହି ସମୟ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପାରଦ ୪୦ ଡିଗ୍ରି ଉପରେ ମଧ୍ୟ ରହିବ। ପୁଣି ୩୧ ତାରିଖରୁ ଗ୍ରୀଷ୍ମ ଲହରି ପ୍ରବାହିତ ହେବ। ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଶେଷକରି ପଶ୍ଚିମ ଓଡ଼ିଶାର କିଛି ରାଜ୍ୟରେ ଖରାର ପ୍ରଖରତା ଅଧିକ ରହିବାର ସମ୍ଭାବନା ଥିବାରୁ ଅଂଶୁଘାତଜନିତ ସମସ୍ୟା ଦେଖାଦେଇପା‌ରେ। ତେଣୁ ୩୧ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍‌-ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି।

‌କେନ୍ଦ୍ରର ସୂଚନା ମୁତାବକ, ଶନିବାର ଅପରାହ୍‌ଣରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିବାରୁ ସଂଧ୍ୟାରେ ପାଗ ଥଣ୍ଡା ରହିଥିଲା। ଆସନ୍ତା ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏମିତି କାଳବୈଶାଖୀ ହେବ। ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ଅପରାହ୍‌ଣରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଓ ଏହାର ପରବର୍ତ୍ତୀ ସମୟରେ ଆହୁରି ୨ରୁ ୩ ଡିଗ୍ରି ବଢ଼ି ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ।

The post ଆସନ୍ତା‌ ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ first appeared on Sambad.

from ରାଜ୍ୟ | Sambad https://ift.tt/3u0XLip

Post a Comment

0 Comments