ବିଧାନସଭାରେ ଶାସକ-ବିରୋଧୀ ସଦସ୍ୟ ମୁହାଁମୁହିଁ: ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭାରେ ଶାସକ-ବିରୋଧୀ ସଦସ୍ୟମାନେ ମୁହାଁମୁହିଁ ହେବା ଫଳରେ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ଗୃହକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଘୋଷଣା କରିଛନ୍ତି। ଆଜି ବି ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି। ଗୃହ ମଧ୍ୟ ଭାଗରେ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି। ଏଣେ ବିଜେଡି ସଦସ୍ୟମାନେ ପ୍ରଥମେ ନିଜସ୍ଥାନରେ ପ୍ରତିବାଦ କରିବା ପରେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଛନ୍ତି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ପାଇଁ ଧମକ ଦେଇଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେଡି ବିଧାୟକମାନେ ଦାବି କରିଛନ୍ତି। ଯଦି କ୍ଷମା ନ ମାଗିବେ, ତେବେ ଗୃହ କାର୍ଯ୍ୟ ଚଳାଇଦେବୁନି ବୋଲି ବିଜେଡି ସଦସ୍ୟ କହିଛନ୍ତି।
ବିଧାନସଭାରେ ମୁଖ୍ୟତଃ ଚାଷୀଙ୍କ ଧାନ ଉଠୁ। ସରକାର ବେଇମାନି କରିଛନ୍ତି। ବିଜେଡି ବିଧାନସଭାର ଇତିହାସକୁ ଧ୍ଵଂସ କରିଛନ୍ତି, ଏହାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବୋଲି ବିରୋଧୀ ସଦସ୍ୟ କହିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ଏବଂ ନବ ଦାସ ମଧ୍ୟଭାଗକୁ ଆକ୍ରମଣ କରିବା ପାଇଁ ଆସିଥିଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି। ଚାଷୀଙ୍କ ଧାନ ଯେ ପର୍ଯ୍ୟନ୍ତ ନଉଠିଛି ସେ ପର୍ଯ୍ୟନ୍ତ ଗୃହ ଚଲେଇଦେବୁ ନାହିଁ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି।

The post ବିଧାନସଭାରେ ଶାସକ-ବିରୋଧୀ ସଦସ୍ୟ ମୁହାଁମୁହିଁ: ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ first appeared on Sambad.



from ରାଜ୍ୟ – Sambad https://ift.tt/30DNYC7

Post a Comment

0 Comments