
ଭୁବନେଶ୍ଵର: ନିଆଁ ଲାଗିବାରୁ ଫାଟିଲା ଟ୍ରାନ୍ସଫର୍ମର | ଭୁବନେଶ୍ୱର ଓମଫେଡ ଛକ ନିକଟରେ ଆଜି ଭୋର ସମୟରେ ଏଭଳି ଏକ ଅଘଟଣ ଘଟିଛି | ଆଉ ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି | ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଓମଫେଡ ଛକରେ ଥିବା ଟ୍ରାନ୍ସଫରମରରେ ନିଆଁ ଲାଗିଯାଇଥିଲା |
ଆଉ ନିଆଁ ଲାଗିବା ଫଳରେ ଟ୍ରାନ୍ସଫର୍ମରଟି ଫାଟିଯାଇଥିଲା | ଟ୍ରାନ୍ସଫର୍ମରକୁ ଲାଗିଥିବା ଦୋକାନଗୁଡିକ କ୍ଷତିଗ୍ରସ୍ତ ହୋଇଛି | ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଭୋର ୫ଟାରେ ନିଆଁ ଲାଗିଥିବା କୁହାଯାଉଛି |
The post ଭୁବନେଶ୍ୱର ଓମଫେଡ ଛକ ନିକଟରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର ଆହତ first appeared on Sambad.from ରାଜ୍ୟ | Sambad https://ift.tt/30SoW2d
0 Comments