ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ୨୨ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା : ଦୀର୍ଘଦିନ ପରେ ଝାରସୁଗୁଡ଼ାରେ ପୁଣି କାୟା ମେଲୁଛି କରୋନା। ଝାରସୁଗୁଡ଼ାଠାରେ ଥିବା ଇଂଜିନିୟରିଂ ସ୍କୁଲ୍‌ର ୨୨ଜଣଙ୍କ ନମୁନା ପଜିଟିଭ ରିପୋର୍ଟ ଆସିବା ପରେ କରୋନା ସଂକ୍ରମଣକୁ ନେଇ ପୁଣି ଆଶଙ୍କା ସୃଷ୍ଟି ହୋଇଛି।

ଗତ ୨୫ ତାରିଖ ଦିନ ଏହି ସ୍କୁଲ ର ୧୦୦ ଜଣଙ୍କ ସ୍ୱାବ୍‌ ସଂଗ୍ରହ କରାଯାଇ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା। ଏଥିରେ ସ୍କୁଲର ୧୩ ଜଣ କର୍ମଚାରୀ ଓ ୯ ଛାତ୍ରଛାତ୍ରୀ ସଂକ୍ରମିତ ଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏତେ ସଂଖ୍ୟାରେ କେମିତି ସଂକ୍ରମଣ ହେଲେ ସେ ନେଇ ସରକାରୀ ଭାବରେ କୌଣସି ଅଧିକାରୀ ପ୍ରକାଶ କରି ନ ଥିବାବେଳେ ଏହି  ସ୍କୁଲର ଜଣେ କର୍ମଚାରୀ ବାହାରୁ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦୦ ଜଣଙ୍କ ଟେଷ୍ଟ କରାଯାଇଥିବା କୁହାଯାଉଛି। ସିଡିଏମଓ ଡା. ଲାଲମୋହନ ରାଉତରାୟଙ୍କ ସୂତ୍ରରୁ ପ୍ରକଶ ଯେ ଟେଷ୍ଟ କରାଯିବାକୁ ସ୍କୁଲ ପକ୍ଷରୁ ଲିଖିତ ଅନୁରୋଧ କର ଯାଇଥିଲା। ଆଜି ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀଙ୍କ ତତ୍ତ୍ବାବଧାନରେ ସ୍କୁଲ ପରିସରକୁ ସାନିଟାଇଜ୍‌ କରାଯାଇଛି। ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ସେଲ୍‌ଫ ଆଇସୋଲେସନ ଓ କର୍ମଚାରୀଙ୍କୁ ହୋମ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିବା ଜଣାଯାଇଛି।

The post ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ୨୨ କରୋନା ଆକ୍ରାନ୍ତ first appeared on Sambad.

from ରାଜ୍ୟ | Sambad https://ift.tt/39D8gkn

Post a Comment

0 Comments