
କଟକ : କଟକରେ ଦୁଇ ଲୁଟେରା ଧରାପଡ଼ିଯିବାରୁ ସୁରକ୍ଷାକର୍ମୀଙ୍କ ବେକ କାଟି ଦେଇଛନ୍ତି। ଖୁରରେ ସୁରକ୍ଷାକର୍ମୀଙ୍କ ବେକ କାଟିଦେବା ଘଟଣା ସିଡିଏରେ ଆଜି ସନ୍ଧ୍ୟାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବେଲଭ୍ୟୁ ଛକ ନିକଟରେ ଥିବା ଏସ୍ଜିବିଏଲ୍ (ଶଙ୍କର ଗୁପ୍ତା ବ୍ରଦର୍ସ ଲିମିଟେଡ୍)ର ଷ୍ଟିଲ୍ ରେଲି˚ ଚୋରି କଲାବେଳେ ଦୁର୍ବୃତ୍ତମାନେ ଏଭଳି କାଣ୍ତ ଘଟାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏସ୍ଜିବିଏଲ୍ର ଷ୍ଟିଲ୍ ରେଲି˚, ଲୁହା ସ୍କ୍ରାପ୍ ଓ ଲୁହା ଯନ୍ତ୍ରା˚ଶ ବିକ୍ରି କରୁଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଦୁଇ ଦୁର୍ବୃତ୍ତ ଷ୍ଟିଲ୍ ରେଲି˚ ଚୋରି କରିବାକୁ ଆସିଥିଲେ। ଏସଜିବିଏଲ୍ ପକ୍ଷରୁ ନିୟୋଜିତ ସୁରକ୍ଷାକର୍ମୀ ପ୍ରଭାକର ବେହେରା(୫୦) ଦୁର୍ବୃତ୍ତଦ୍ବୟଙ୍କୁ ଅଟକାଇବାରୁ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରଭାକରଙ୍କ ଡାହାଣ ପଟ ବେକ ଓ ଗାଲ କଟିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସିଡିଏରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାବେଳେ ପୁଲିସ ଏହି ମାମଲାରେ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିଛି।
ବିଡାନାସୀ କୁମ୍ଭାରସାହିର ସିଲୁ ଦାସ ଏବ˚ ଲାଲବାଗ ଅଲିଶା ବଜାର ହାଡ଼ି ସାହିର ଧନଞ୍ଜୟ ବେହେରା ପୁଲିସ ହାତରେ ଧରାପଡ଼ିଛନ୍ତି। ଏମାନେ ଏକ କଳା ର˚ଗର ଟିଭିଏସ୍ ବାଇକ୍(ଓଡି ୦୫ ଏଏମ୍ ୪୩୯୨)ରେ ଷ୍ଟିଲ୍ ରେଲି˚ ଚୋରି କରିବାକୁ ଆସିଥିଲେ। ଏମାନେ ଚୋରି ଉଦ୍ୟମ କରୁଥିବା ବେଳେ ପ୍ରଭାକର ଦେଖି ଅଟକାଇଥିଲା। ଧନଞ୍ଜୟ ପକେଟ୍ରେ ପୁରାଇଥିବା ଏକ ଛୁରି କାଢ଼ି ପ୍ରଭାକରଙ୍କ ଡାହାଣ ପଟ ଗାଲ ଓ ବେକକୁ କାଟି ପକାଇଥିଲା। ଘଟଣାସ୍ଥଳରୁ ଉଭୟ ଖସି ପଳାଇଥିଲେ। ଦୁଇ ଜଣ ନିଶାସକ୍ତ ଅବସ୍ଥାରେ ଥିବାରୁ ବେଶି ବାଟ ଯାଇ ପାରିନଥିଲେ। ପୁଲିସ ସିସି କ୍ୟାମେରାରୁ ନମ୍ବର ଠାବ କରି ସେମାନଙ୍କୁ ସିଡିଏ ଅଞ୍ଚଳରୁ କାବୁ କରିଥିଲା। ଏମାନଙ୍କ ବିରୋଧରେ ପୂର୍ବରୁ କଟକ କମିସନରେଟ୍ ପୁଲିସରେ ୧୦ରୁ ଅଧିକ ଚୋରି, ଡକାୟତି ଭଳି ସ˚ଗିନ ମାମଲା ରହିଥିବା ସୂଚନା ମିଳିଛି।
The post ଲୁଟେରାଙ୍କ ଉତ୍ପାତ : ସୁରକ୍ଷାକର୍ମୀଙ୍କ ବେକ କାଟିଦେଲେ first appeared on Sambad.
from ରାଜ୍ୟ – Sambad https://ift.tt/2Q41rkF
0 Comments