
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଚ ମାସର ତୃତୀୟ ପର୍ଯାୟ ଅଭ୍ୟାସ ପରୀକ୍ଷା ମାର୍ଚ ୨୭ତାରିଖ ଶନିବାରଠାରୁ ଆରମ୍ଭ ହେଉଛି। ମାର୍ଚ୍ଚ ୨୭ତାରିଖ ପ୍ରଥମ ସିଟିଂରେ ପ୍ରଥମ ଭାଷା ଓଡ଼ିଆ, ଦ୍ବିତୀୟ ସିଟିଂରେ ସାମାଜିକ ପାଠ, ୩୦ ତାରିଖ ମଙ୍ଗଳବାର ପ୍ରଥମ ସିଟିଂରେ ଦ୍ବିତୀୟ ଭାଷା ଇଂରାଜୀ, ଦ୍ବିତୀୟ ସିଟିଂରେ ବିଜ୍ଞାନ, ୩୧ତାରିଖ ବୁଧବାର ପ୍ରଥମ ସିଟିଂରେ ଗଣିତ ଓ ଦ୍ବିତୀୟ ସିଟିଂରେ ତୃତୀୟ ଭାଷା(ହିନ୍ଦୀ ଓ ସଂସ୍କୃତ) ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ଦିନ ପରୀକ୍ଷା ହେବାକୁ ଥିବା ଓଡ଼ିଆ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଅପ୍ଲୋଡ ହୋଇଥିବା ବେଳେ ଅନ୍ୟ ପ୍ରଶ୍ନପତ୍ର ସଂପୃକ୍ତ ପରୀକ୍ଷାର ପୂର୍ବତନ ବୋର୍ଡ ୱେବ୍ସାଇଟରେ ଅପ୍ଲୋଡ କରାଯିବ। ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ନିଜ ନିଜ ଜିଲ୍ଲାରେ ଥିବା ସ୍କୁଲମାନଙ୍କରେ ଏହି ପରୀକ୍ଷା ପରିଚାଳନା ବ୍ୟବସ୍ଥା କରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
The post ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ୩ୟ ପର୍ଯ୍ୟାୟ ଅଭ୍ୟାସ ପରୀକ୍ଷା ଆଜିଠୁ first appeared on Sambad.from ରାଜ୍ୟ | Sambad https://ift.tt/3rwfYCB
0 Comments