
ଭୁବନେଶ୍ବର : ରାଜ୍ୟର ନୂଆ ସୂଚନା କମିସନର୍ ଭାବେ ସଞ୍ଜୟ କେଶରୀ ସ୍ବାଇଁ ଶପଥ ନେଇଛନ୍ତି। ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ କୁମାର ସିଂହ ତାଙ୍କ ନିଯୁକ୍ତି ପତ୍ର ପାଠ କରିଥିଲେ। ଉନ୍ନୟନ କମିସନର୍ ପି କେ ଜେନା, ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ, ରାଜ୍ୟ ମୁଖ୍ୟ ସୂଚନା କମିସନର୍ ସୁନିଲ କୁମାର ମିଶ୍ର, ସୂଚନା କମିସନର୍ ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି ଓ ଦିଲ୍ଲୀପ କୁମାର ବିଶୋୟୀ, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ସୂଚନା କମିସନ୍ ସଚିବ ନରେନ୍ଦ୍ର କୁମାର ମନ୍ତ୍ରୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ଶପଥ ନେଲେ ସୂଚନା କମିସନର୍ ସଞ୍ଜୟ କେଶରୀ ସ୍ବାଇଁ first appeared on Sambad.
from ରାଜ୍ୟ – Sambad https://ift.tt/3rtASmZ
0 Comments