
ଭୁବନେଶ୍ବର : ଜେଲରେ ଥିବା ବୟସ୍କ କଏଦୀ ଟିକା ନେବେ। ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ବହୁବିଧ ରୋଗରେ ଆକ୍ରାନ୍ତ କଏଦୀ ଟିକା ନେବେ। ଏଥିପାଇଁ ତାଲିକା ପ୍ରସ୍ତୁତ କରିବା ସହ ସିଡିଏମ୍ଓ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପାଇଁ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ଜେଲ ପରିସରରେ ଟିକା କେନ୍ଦ୍ର କରିବାକୁ କୁହାଯାଇଛି। ଖୁବ୍ଶୀଘ୍ର ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
The post ଟିକା ନେବେ ବୟସ୍କ କଏଦୀ first appeared on Sambad.
from ରାଜ୍ୟ – Sambad https://ift.tt/3uTRu9x
0 Comments