ନୂଆପଡ଼ା ଜିଲ୍ଲା ସୀମା ବିବାଦ: ଉଭୟ ପ୍ରଶାସନର ସରଜମିନ ତଦନ୍ତ ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ କେନ୍ଦୁବାହାର ପଞ୍ଚାୟତ ଭଇଁଷାଦର ଗ୍ରାମ ଗୁରଜିଭଟା ଗାଁର ପ୍ରାୟ ୫୦ ଏକର ଚାଷ ଜମିକୁ ଛତିଶଗଡ଼ ସରକାର ଦାଦାଗିରି କରି ତାରବାଡ଼ ଦେଇ ଅକ୍ତିଆର କରି ନେବାପାଇଁ ଯୋଜନା ଆରମ୍ଭ କରିଥିଲେ। ଏହାକୁ ଗ୍ରାମବାସୀ ଜାଣିବାକୁ ପାଇବା ପରେ ଅସନ୍ତୋଷ ଦେଖା ଦେଇଥିଲେ। ଆଜି ଏହି ସୀମା ବିଦାଦ ଘଟଣାକୁ ନେଇ ଉଭୟ ଛତିଶଗଡ଼ ଓ ଓଡ଼ିଶା ପ୍ରଶାସନ ମିଳିତ ଭାବେ ଘଟଣାସ୍ଥଳ ନଟେଇ ନାଲାଠାରେ ପହଞ୍ଚିଥିଲେ। ପ୍ରାୟ ୩ ଘଣ୍ଟା ଧରି ସରଜମିନ ତଦନ୍ତ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନୂଆପଡ଼ା ବ୍ଲକ୍‌ କେନ୍ଦୁବେହେରା ପଞ୍ଚାୟତ ଭଇଁଷାଦରା ଗ୍ରାମର ଗୁରଜିଭଟା ନଟେଇ ନାଲା ଠାରୁ ପ୍ରାୟ ୫୦ ଏକର ଜମିକୁ ଛତିଶଗଡ଼ ବନ ବିଭାଗ ଗାତ ଖୋଳି ତାରବାଡ଼ ଦେବା ପାଇଁ ଯୋଜନା କରୁଥିଲା। ଅପରାହ୍‌ଣରେ ନୂଆପଡ଼ା ତହସିଲଦାର ନେବେନ୍ଦ୍ର ରାଉତଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ରହି ସରଜମିନ ତଦନ୍ତ କରିଥିଲେ। ଏହାପରେ ନୂଆପଡ଼ା ତହସିଲଦାର ନୂଆପଡ଼ା ସୀମାକୁ ଚିହ୍ନଟ କରି ସେଠାରେ ଲାଲରଙ୍ଗ ଚିହ୍ନ ମାରିଛନ୍ତି। ନୂଆପଡ଼ା ତହସିଲଦାର ଏହି ଗାତକୁ ନିଜେ ପୋତି ଦେଇଛନ୍ତି। ସେହିପରି ମଙ୍ଗଳବାର ସକାଳେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ନୂଆପଡ଼ା ବ୍ଲକ୍‌ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭଗତ ସିଂ, କେନ୍ଦୁବହେରା ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ସରାବଙ୍ଗ ସରପଞ୍ଚ ଭରତଲାଲ ରାଉତ, ମନିଜର ଆର୍ଯ୍ୟ, ମୁନାଲାଲ ସାହୁ, କମଲେଶ ଦିକ୍ଷୀତ, ସୁରେଶ ମିର୍ଦ୍ଧା ଗାତ ଖୋଳିଥିବା ସ୍ଥାନ ପରିଦର୍ଶନ କରିଥିଲେ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସୀମା ନିର୍ଦ୍ଧାରଣ କରି ଓଡ଼ିଶା ମାଟିକୁ ସୁରକ୍ଷା ଦେବା ପାଇଁ ସାଂସଦ ଶ୍ରୀ ପଣ୍ଡା ଦାବି କରିଛନ୍ତି।

The post ନୂଆପଡ଼ା ଜିଲ୍ଲା ସୀମା ବିବାଦ: ଉଭୟ ପ୍ରଶାସନର ସରଜମିନ ତଦନ୍ତ ଆରମ୍ଭ first appeared on Sambad.



from ରାଜ୍ୟ – Sambad https://ift.tt/3e3K5OT

Post a Comment

0 Comments