କୋଭିଡ୍ ସଂକ୍ରମଣ ଆଶଙ୍କା ଭିତରେ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଦର୍ଶନ ଜାରି

ଭୁବନେଶ୍ବର: କୋଭିଡ୍ ସଂକ୍ରମଣ ଆଶଙ୍କା ଭିତରେ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଦର୍ଶନ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ଶ୍ରଦ୍ଧାଳୁମାନେ ପ୍ରଶାସନର କଟକଣା ଭିତରେ ବାବାଙ୍କ ଦର୍ଶନ କରୁଛନ୍ତି। କଟକର ପ୍ରସିଦ୍ଧ ପରମହଂସ ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି, ମାତ୍ର ସେଠାରେ ଦୀପ ଜାଳିବା ଲାଗି ଅନୁମତି ନ ଥିବା ହେତୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଛି।

ଢେଙ୍କାନାଳ ଜିଲ୍ଲାର ବିଖ୍ୟାତ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁମାନେ ନେଗେଟିଭ କୋଭିଡ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରୁଛନ୍ତି। ଏଠାରେ ବାହାର ଜିଲ୍ଲାର ଭକ୍ତମାନଙ୍କୁ ଛଡ଼ାଯାଉ ନ ଥିବା ଖବର ମିଳିଛି। ପୁରୀର ଲୋକନାଥ ପୀଠରେ କୋଭିଡ କଟକଣା ଭିତରେ ମହାଶିବରାତ୍ରୀ ପାଳିତ ହେଉଛି। ଏଠାରେ ଭକ୍ତମାନଙ୍କର ଥର୍ମାଲ ଟେଷ୍ଟିଂ କରାଯାଇ ମନ୍ଦିର ଭିତରକୁ ଛଡ଼ାଯାଉଛି।

ତେବେ କଟକର ପ୍ରସିଦ୍ଧ ଧବଳେଶ୍ବର ମନ୍ଦିର, ଆରଡ଼ିର ବାବା ଆଖଣ୍ଡଳମଣି ଓ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ପୂଜାଚ୍ଚର୍ନା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଏହି କାରଣରୁ ସେଠାରେ ଜନଗହଳି ନ ଥିବା ଦେଖିବାକୁ ମିଳିଛି।

The post କୋଭିଡ୍ ସଂକ୍ରମଣ ଆଶଙ୍କା ଭିତରେ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଦର୍ଶନ ଜାରି first appeared on Sambad.



from ରାଜ୍ୟ – Sambad https://ift.tt/3cn4lZ9

Post a Comment

0 Comments