
ଭୁବନେଶ୍ବର : କଟକ-ବାରଙ୍ଗ ରେଳ ସେକ୍ସନ ମଧ୍ୟସ୍ଥ ଗୋପାଳପୁର-ବାଲିକୁଦା ନିକଟସ୍ଥ ଲେଭଲ୍ କ୍ରସିଂ ଗେଟ୍ ମରାମତି କରିବାକୁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଏଥିପାଇଁ ଚଳିତ ମାସ ୮ରୁ ୧୩ ତାରିଖ ମଧ୍ୟରେ ରାତି ୧୦ଟାରୁ ଭୋର ୬ଟା ମଧ୍ୟରେ ଆବଶ୍ୟକ ମରାମତି କାର୍ଯ୍ୟ କରିବାକୁ ସ୍ଥିର ହୋଇଛି। ତାହାକୁ ଦୃଷ୍ଟିରେ ରଖି ସଡ଼କ ବ୍ୟବହାରକାରୀମାନେ ଲେବେଲ କ୍ରସିଂ ପରିବର୍ତ୍ତେ ନିକଟସ୍ଥ ଉପମାର୍ଗ ଦେଇ ଯାତାୟାତ କରିପାରିବେ। ଛୋଟ ଯାନ ସଡ଼କ ବ୍ୟବହାରକାରୀ ନିକଟସ୍ଥ ଉପମାର୍ଗ ଦେଇ ଓ ବଡ଼ ଯାନଗୁଡ଼ିକ ନିକଟସ୍ଥ ସୁବିଧା ଅନୁଯାୟୀ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଛି।
The post ଗୋପାଳପୁର-ବାଲିକୁଦା ଲେଭେଲ କ୍ରସିଂ ୬ ଦିନ ପାଇଁ ପ୍ରଭାବିତ ହେବ first appeared on Sambad.
from ରାଜ୍ୟ – Sambad https://ift.tt/3eayhdP
0 Comments