ପାଠପଢ଼ା ସହ ସମାଜସେବା ପ୍ରତି ମଧ୍ୟ ଆକୃଷ୍ଟ ହୁଅ: ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଉରକେଲା: ଏନଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଦେଶର ଟେକ୍ନୋଲୋଜି କ୍ଷେତ୍ରରେ ଏନଆଇଟିର ଭୂମିକା ପ୍ରଶଂସନୀୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଆଇଟି ଛାତ୍ରଛାତ୍ରୀମାନଙ୍କର ସମାଜ ପ୍ରତି ଅବଦାନ ରହିଛି। ସଫଳତା ମିଳିଗଲା ପରେ ଥକିଯାଅନି। ନିଜକୁ ସୀମିତ ନ ରଖି ଆଗକୁ ବଢ଼ିଚାଲ। ଯାହା ନିଜକୁ ଆତ୍ମସନ୍ତୋଷ ଦେଉଛି, ସେଇଟା କର। ତେବେ ନିଜକୁ କଣ ଭଲ ଲାଗୁଛି, ସେଇଟା ନିଜେ ବାଛନ୍ତୁ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି, ସଫଳ ହେବାପରେ କିନ୍ତୁ ସମାଜକୁ ଭୁଲିଯିବାନି। ଯେଉଁ ସମାଜ ଆମକୁ ଏତେ କିଛି ଦେଇଛି, ପ୍ରତିବଦଳରେ ଆମକୁ ବି କିଛି ଦେବାକୁ ହେବ। ପାଠପଢ଼ା ସହ ସମାଜସେବା ପ୍ରତି ମଧ୍ୟ ଆକୃଷ୍ଟ ହେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସେଲ ଅଧ୍ୟକ୍ଷା ସୋମା ମଣ୍ଡଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ଏହି ଉତ୍ସବରେ କୁମାର ମଙ୍ଗଲମ ବିର୍ଲା, ପ୍ରମୋଦ ମିଶ୍ର ଓ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯାଇଛି। ଏହାଛଡ଼ା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମେଡାଲ୍ ପ୍ରଦାନ କରାଯାଇଛି।

 

The post ପାଠପଢ଼ା ସହ ସମାଜସେବା ପ୍ରତି ମଧ୍ୟ ଆକୃଷ୍ଟ ହୁଅ: ରାଷ୍ଟ୍ରପତି ରାମନାଥ କୋବିନ୍ଦ first appeared on Sambad.

from ରାଜ୍ୟ | Sambad https://ift.tt/3lCe9mE

Post a Comment

0 Comments