
ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଯାଏଁ ଓଡ଼ିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ଏବଂ ନବରଙ୍ଗପୁର ଆଦି ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ କେତେକ ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।
ସର୍ବନିମ୍ନ ତାପମାତ୍ରା (ରାତ୍ରି ତାପମାତ୍ରାରେ) ରେ ଆଗାମୀ ୨ ରୁ ୩ ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ତାପମାତ୍ରା ଆଗାମୀ ୨ରୁ ୩ ଦିନ ଯାଏଁ ବଜାୟ ରହିବ। ଓଡ଼ିଶାର ଏହି ଜିଲ୍ଲାଗୁଡ଼ିକର ଅନେକ ଅଞ୍ଚଳରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରି ସେଲସିଅସ ଯାଏଁ କମ୍ ରହିବାର ସମ୍ଭାବନା ଥିବା ବେଳେ, ପରବର୍ତ୍ତୀ ସମୟରେ ଏହା ୨ ରୁ ୩ ଡ଼ିଗ୍ରି ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
The post ଆଗାମୀ ୨୪ ଘଣ୍ଟା ଯାଏଁ ଓଡ଼ିଶାର ୧୬ ଜିଲ୍ଲାରେ ଶୀତଲହରୀ: ୟେଲୋ ୱାର୍ଣ୍ଣିଂ ଜାରି first appeared on Sambad.
from ରାଜ୍ୟ – Sambad https://ift.tt/3cChL5p
0 Comments