ଶନିମନ୍ଦିରରୁ ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟ୍

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ଖଡ଼ିପଦା ଗ୍ରାମରେ ଥିବା ଶନିମନ୍ଦିରରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଏଠାରେ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା।

ଗତକାଲି  ସନ୍ଧ୍ୟାରେ ଆଳତି ପରେ ପୂଜକ ତାଲା ପକାଇ ଯାଇଥିଲେ। ଆଜି ସକାଳେ ପୂଜକ ମନ୍ଦିର ଖୋଲିବା ବେଳେ ତାଲା ଭଂଗାଯାଇଥିବା ଦେଖିବାକୁ ପାଇଥିଲେ। ଏହାଛଡ଼ା ଠାକୁରଙ୍କ ମୂର୍ତ୍ତିର ମୁହଁକୁ  ପଛ କରିବା ସହ ମୁକୁଟ ଓ ଅଳଙ୍କାର ଲୁଟ୍ ହୋଇଥିବାର ଦେଖିବାକୁ ପାଇଲେ। ଏନେଇ ସେ ସ୍ଥାନୀୟ ବାସିନ୍ଦାଙ୍କୁ ସୂଚନା ଦେଇଥିଲେ। ଏନେଇ ନୀଳଗିରି ଥାନାରେ ପୂଜକ ଏତଲା ଦେଇଛନ୍ତି।

The post ଶନିମନ୍ଦିରରୁ ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟ୍ first appeared on Sambad.



from ରାଜ୍ୟ – Sambad https://ift.tt/3pQFfGX

Post a Comment

0 Comments