୩୬ ଡିଗ୍ରି ଟପିଲା ଭୁବନେଶ୍ବର

ଭୁବନେଶ୍ବର : ଭୁବନେଶ୍ବର ସହରର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ଟପିଛି। ଚଳିତବର୍ଷ ପ୍ରଥମଥର ଲାଗି ସୋମବାର ସହରର ତାପମାତ୍ରା ୩୬.୫ ଡିଗ୍ରି ରେକର୍ଡ ହୋଇଛି। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ଏଥର ଆଗୁଆ ଗ୍ରୀଷ୍ମ ପ୍ରବାହ ହେବ। ଚଳିତମାସ ଶେଷ ବେଳକୁ ଦିନର ତାପମାତ୍ରା ଆଉ ଗୋଟିଏରୁ ଦୁଇ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। କେବଳ ଭୁବନେଶ୍ବର ନୁହେଁ, କଟକ ସହରର ତାପମାତ୍ରା ବି ଅନୁରୂପ ଭାବେ ବୃଦ୍ଧି ପାଇ ୩୫.୨ଡିଗ୍ରିରେ ପହଞ୍ଚିଛି। ରାଜ୍ୟର ଅନ୍ୟ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ତଳେ ରହିଥିଲା।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଏହାପରେ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଅଧିକାଂଶ ଜିଲ୍ଲାରେ ଦିନର ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୧୨, ସୁନ୍ଦରଗଡ଼ ଓ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରି ଲେଖାଏଁ ରହିଥିଲା। ବାକି ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରି ଉପରେ ଥିଲା।

The post ୩୬ ଡିଗ୍ରି ଟପିଲା ଭୁବନେଶ୍ବର first appeared on Sambad.



from ରାଜ୍ୟ – Sambad https://ift.tt/3unnbrj

Post a Comment

0 Comments