
କୋରାପୁଟ: ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ପିଣ୍ଡାମାଳି-ଭିତରଗଡ଼ା ଜଙ୍ଗଲରେ ଗତ ଫେବ୍ରୁଆରି ୨୬ ତାରିଖ ଦିନ ତଲାସ ଅଭିଯାନ ଚଳାଇଥିବା ବିଏସ୍ଏଫ୍ ଯବାନମାନେ ବହୁ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି।
ମାଓବାଦୀମାନଙ୍କଦ୍ୱାରା ବ୍ୟବହୃତ ଏହି ସାମଗ୍ରୀ ମଧ୍ୟରେ ରହିଛି ୬୦ଟି ଜେଲାଟିନ୍ ଷ୍ଟିକ୍, ୫୦ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୩୦ରୁ ୩୫ ମିଟର୍ ଦୀର୍ଘ ୫ ବଣ୍ଡଲ୍ ନମନୀୟ ତାର, ୩୦ଟି ଛୋଟ ଲୁହା ଗୁଳି ଏବଂ ୨.୫ କିଲୋ ଧଳା ପାଉଡର୍।

ତେନ୍ତୁଳିପଦର କୋବ୍ରା ବାଟାଲିୟନ୍ ୟୁନିଟ୍ର ୧୫୫ ବାଟାଲିୟନ୍ ବିଏସ୍ଏଫ୍ ପିଣ୍ଡାମାଳି-ଭିତରଗଡ଼ା ଜଙ୍ଗଲର ସାଧାରଣ ଅଞ୍ଚଳରେ ତଲାସ ଚଳାଇଥିବା ବେଳେ ଅପରାହ୍ଣ ପ୍ରାୟ ୨ଟା ୪୫ରେ ଏହି ସାମଗ୍ରୀଗୁଡ଼ିକ ଉଦ୍ଧାର କରିଥିଲେ। ଉଦ୍ଧାର ସାମଗ୍ରୀଗୁଡ଼ିକର ଆଖପାଖ ଅଞ୍ଚଳ ତଲାସ କରିବା ପରେ ତଲାସକାରୀ ଦଳ ନିରାପଦରେ କୋବ୍ରା ବାଟାଲିୟନ୍କୁ ଫେରି ଆସିଥିଲେ।
The post ନାରାୟଣପାଟଣାର ପିଣ୍ଡମାଳି-ଭିତରଗଡ଼ା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର first appeared on Sambad.
from ରାଜ୍ୟ – Sambad https://ift.tt/3svETqR
0 Comments