ମାର୍ଚ୍ଚ ୧୩ରୁ ବେରବୋଇରୁ କଂଗ୍ରେସର ସଦଭାବନା ପଦଯାତ୍ରା

ଭୁବନେଶ୍ବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପୂର୍ତ୍ତି ଓ କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୩ ଓ ୧୪ ତାରିଖ ଦୁଇଦିନ ବ୍ୟାପି ‘ସଦଭାବନା ପଦଯାତ୍ରା’ର ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ୧୩ ତାରିଖ ସକାଳ ୭ଟାରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀ ସ୍ମାରକୀ ପୀଠ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କର୍ମଭୂମି ବେରବୋଇ ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପଦଯାତ୍ରାର ଉଦଘାଟନ କରିବେ। ପରେ ଏହି ପଦଯାତ୍ରା ପଟ୍ଟନାୟିକିଆ ଛକ ଦେଇ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ପହଞ୍ଚିବ। ସେହିଦିନ ସନ୍ଧ୍ୟାରେ ଗାନ୍ଧୀ, ଗୋପବନ୍ଧୁ ଓ କଂଗ୍ରେସକୁ ନେଇ ଏକ ସଭା ଅନିୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପରଦିନ ଅର୍ଥାତ୍‌ ମାର୍ଚ୍ଚ ୧୪ ତାରିଖ ସକାଳ ୮ଟାରେ ପଦଯାତ୍ରା ସୁଆଣ୍ଡୋରୁ ବାହାରି ପୁରୀ ଗାନ୍ଧୀଘାଟ ଠାରେ ସମାପନ ହେବ। ଏହି ପଦଯାତ୍ରାରେ ବହୁ କଂଗ୍ରେସ କର୍ମୀ ଯୋଗଦେବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପିସିସି ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

The post ମାର୍ଚ୍ଚ ୧୩ରୁ ବେରବୋଇରୁ କଂଗ୍ରେସର ସଦଭାବନା ପଦଯାତ୍ରା first appeared on Sambad.



from ରାଜ୍ୟ – Sambad https://ift.tt/3duiCFO

Post a Comment

0 Comments