ମେ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଓ ପରୀକ୍ଷା ଉଭୟ ପ୍ରଭାବିତ ହୋଇଥିବା ବେଳେ ଶେଷରେ ଆସନ୍ତା ମେ ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ମେ ୧୮ରୁ ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖରେ ଶେଷ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେହିିପରି ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମେ ୨୮ ତାରିଖରେ ହେବ ବୋଲି ସୂଚନା ରହିଛି।

ସବୁଠୁ ବଡ କଥା ହେଲା, ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାକୁ ଗୁରୁତ୍ୱ ଦେଇ ବିଜ୍ଞାନ ବିଭାଗର ପରୀକ୍ଷାକୁ ଶୀଘ୍ର ଶେଷ କରିବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ବିଜ୍ଞାନ ବିଭାଗରେ ଇଂରାଜି ବଦଳରେ ଫିଜିକ୍ସ ପରୀକ୍ଷା ପ୍ରଥମେ ହେବ । ଏହାପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷା ପାଇଁ ଭିନ୍ନ ରଣନୀତି ଆପଣାଇଥିଲା ଗଣଶିକ୍ଷା ବିଭାଗ । କରୋନାର ପ୍ରକୋପ କମିବା ମାତ୍ରେ +୨ ଛାତ୍ରଛାତ୍ରୀଙ୍କର କ୍ଲାସ ଆରମ୍ଭ ହୋଇଥିଲା ।

The post ମେ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା first appeared on Sambad.



from ରାଜ୍ୟ – Sambad https://ift.tt/2ZKaFEj

Post a Comment

0 Comments