
ଭୁବନେଶ୍ବର : ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକମାନଙ୍କ ହେବ କୋଭିଡ୍ ପରୀକ୍ଷା। ଫେବ୍ରୁଆରି ୧୫, ୧୫ ଓ ୧୭ ତାରିଖରେ ବିଧାୟକ, ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି,ବ୍ୟକ୍ତିଗତ ସୁରକ୍ଷା କର୍ମୀ, ବିଧାନସଭା କର୍ମଚାରୀ ଓ ଡ୍ରାଇଭରମାନଙ୍କ ଆର୍ଟିପିସିଆର୍ ପରୀକ୍ଷା କରାଯିବ। ଏ ନେଇ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ବିଧାନସଭା ସଚିବ ଦାଶରଥୀ ଶତପଥୀ ସମସ୍ତ ବିଧାୟକମାନଙ୍କୁ ଚିଠି ଲେଖିଛନ୍ତି। ଯେଉଁ ବିଧାୟକ, ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ୍ ନେଗେଟିଭ ରିପୋର୍ଟ ଆସିବ ସେହିମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।
The post ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କୋଭିଡ୍ ପରୀକ୍ଷା first appeared on Sambad.
from ରାଜ୍ୟ – Sambad https://ift.tt/2LIdrqd
0 Comments