ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ: ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ହେବା ପରେ ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏ ଗୃହ ମୁଲତବୀ ଘୋଷଣା କରାଯାଇଛି। ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଝିରେ ପ୍ରତିବାଦ କଲେ ବିଜେପିର ସଦସ୍ୟବୃନ୍ଦ। ଏପରିକି ବଜେଟ୍ ଅଧିବେଶନ ନେଇ ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାରମ୍ବାର ହଟ୍ଟଗୋଳ ଏବଂ ଗୃହରେ ନାରାବାଜି ଜାରି ରହିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି।

ସେପଟେ ବିରୋଧୀ ଦଳ, କଂଗ୍ରେସ ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ବିରୋଧ କରିବା ଆରମ୍ଭ କରିଦେଇଥିଲା। ଏପରିକି ଦଳର ସମସ୍ତ ବିଧାୟକ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ନାରାବାଜି ଦେଇଥିଲେ। ପରେ କଂଗ୍ରେସର ସଦସ୍ୟବୃନ୍ଦ କକ୍ଷତ୍ୟାଗ କରିଥିଲେ।

The post ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ: ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏ ଗୃହ ମୁଲତବୀ first appeared on Sambad.



from ରାଜ୍ୟ – Sambad https://ift.tt/3dwpnGW

Post a Comment

0 Comments