ବାଲ୍ୟବିବାହକୁ ନେଇ ଯାଜପୁରରେ ଭିନ୍ନ ଚିତ୍ର : ୩ ମାସ ଭିତରେ ୮ ନାବାଳିକାଙ୍କୁ ବିବାହ!

କାଳିଆପାଣି : ଯାଜପୁରର କାଳିଆପାଣି ଅଞ୍ଚଳରେ ଏହି କିଛିିଦିନ ହେବ ଅଧିକ ବାଲ୍ୟବିବାହ ଦୃଷ୍ଟିକୁ ଆସିଛି। କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୭ ଜଣ ନାବାଳିକା ଓ କାଳିଆପାଣିର ଜଣେ ନାବାଳିକା ୩ମାସ ମଧ୍ୟରେ ବିବାହ କରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ, ଦୁଇଜଣ ଲେଖାଏଁ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଓ ତିନିଜଣ ନବମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଚିଙ୍ଗୁଡ଼ିପାଳ ପଞ୍ଚାୟତ ୨ ନମ୍ବର ୱାର୍ଡ ଅନ୍ତର୍ଗତ କଙ୍କଡ଼ାଗୋଡ଼ି ଗାଁର ଜନୈକା ୬ଷ୍ଠ ଶ୍ରେଣୀ ଛାତ୍ରୀ ଓ ପଡ଼ୋଶୀ ଘରର ୮ମ ଶ୍ରେଣୀ ଛାତ୍ର ପତିପତ୍ନୀ ଭାବେ ରହୁଛନ୍ତି। ଏହି ବୟସରେ ଛାତ୍ରୀ ଜଣକ ମାଆ ହୋଇଛନ୍ତି। ଦି’ମାସ ତଳେ ସେ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏକ ଆଶ୍ରମ ସ୍କୁଲରେ ରହି ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାତୋର ଗାଁର ଦୁଇ ଭଉଣୀ ୩ ମାସ ଅନ୍ତରରେ ବିବାହ କରିଛନ୍ତି।

ଏ ସମ୍ପର୍କରେ ସୁକିନ୍ଦା ସିଡିପିଓଙ୍କୁ ପଚାରିବାରୁ ଗୋପନୀୟ ଭାବେ ବାଲ୍ୟ ବିବାହ କଲେ ଆମେ କ’ଣ କରିପାରିବୁ ବୋଲି ଅସହାୟତା ପ୍ରକାଶ କରିଥିଲେ।

The post ବାଲ୍ୟବିବାହକୁ ନେଇ ଯାଜପୁରରେ ଭିନ୍ନ ଚିତ୍ର : ୩ ମାସ ଭିତରେ ୮ ନାବାଳିକାଙ୍କୁ ବିବାହ! first appeared on Sambad.



from ରାଜ୍ୟ – Sambad https://ift.tt/3qiApU3

Post a Comment

0 Comments