
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବଡ଼ ଡାକ୍ତରଖାନା ପରିଦର୍ଶନ କରିଛନ୍ତି କାୟାକଳ୍ପ ଟିମ୍। ଶନିବାର ଦଳର ସଦସ୍ୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବଚ୍ଛତା ଓ ରୋଗୀସେବା ସମେତ ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ କରିଥିଲେ। ଟିମର ସଦସ୍ୟମାନେ ଆଜି ସକାଳେ ବଡ଼ ଡାକ୍ତରଖାନାରେ ପହଞ୍ଚିବା ପରେ ପ୍ରଥମେ ଆଉଟଡୋର, ନିରାମୟ ସେବା ଯାଞ୍ଚ କରିବା ପରେ ସର୍ଜରି ବିଭାଗ, ଭେଷଜ ବିଭାଗ, ନିଦାନ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଔଷଧ ଭଣ୍ଡାର, ମା ଓ ଶିଶୁ ବିଭାଗ ଆଦି ବୁଲି ଦେଖିଥିଲେ।

ଡାକ୍ତରଖାନାର ପରିବେଶ ଏବଂ ରୋଗୀସେବା କିପରି ଚାଲିଛି ସେସବୁର ତଦାରଖ କରିଥିଲେ ଟିମ। ଏହି ଟିମରେ ଟିବି ଏଚଆଇଭିର ବରିଷ୍ଠ ବିଶେଷଜ୍ଞ ଡାକ୍ତର ବି ପଟ୍ଟନାୟକ, ଜାଫାଇଗୋର ଡାକ୍ତର ହୀରାଲାଲ, ଡାକ୍ତର ଶୁଭ୍ରାଂଶୁ ସାମିଲ ଥିଲେ। ହସ୍ପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢ଼ୀ ଟିମକୁ ବିଭିନ୍ନ ବିଭାଗ ବୁଲାଇ ଦେଖାଇବା ସହ ସୂଚନା ପ୍ରଦାନରେ ସହଯୋଗ କରିଥିଲେ।
The post ବାଲେଶ୍ୱର ବଡ଼ ଡାକ୍ତରଖାନାରେ କାୟାକଳ୍ପର ୩ ଜଣିଆ ଟିମ୍ first appeared on Sambad.
from ରାଜ୍ୟ – Sambad https://ift.tt/3twkpj3
0 Comments