ଭୁବନେଶ୍ବର: ବିଧାନସଭାରେ ଆଜି ‘ଏଏନଏମ’ଙ୍କ ନିଯୁକ୍ତି ପ୍ରସଙ୍ଗ ଉଠିଛି। ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନଏମଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟରେ ଏବେ ୧ ହଜାର ୯୯ ଏଏନଏମ ପଦ ଖାଲି ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ କରୋନା ମହାମାରୀକୁ ଦେଖି ଏଏନଏମଙ୍କୁ ସର୍ତ୍ତମୂଳକ ନିଯୁକ୍ତି ଦିଆଯାଇଥିଲା। ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନାର ପ୍ରକୋପ କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି। ଏହାର ପ୍ରତିବାଦ କରି ଏଏନଏମ୍ କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି । ତେବେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଆନ୍ଦୋଳନରତ ଏଏନଏମ୍ କର୍ମୀଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଦେଇଛି ।
The post ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଯୋଗ୍ୟତା ଭିତ୍ତିରେ ଏଏନଏମଙ୍କୁ ନିଯୁକ୍ତି ଦିଆଯିବ first appeared on Sambad.
from ରାଜ୍ୟ – Sambad https://ift.tt/3uBxsR5
0 Comments