ସାଙ୍ଗର ବିବାହ ଉତ୍ସବରେ ପେଟ୍ରୋଲ ଉପହାର!

ଝାରସୁଗୁଡ଼ା : ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ଦର ହୁ ହୁ ହୋଇ ବଢ଼ୁଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ସେହି ଅନୁସାରେ ବଢ଼ୁଛି। ତୈଳ ଦର ବୃଦ୍ଧିକୁ ଝାରସୁଗୁଡ଼ାର କିଛି ଯୁବକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଗୁରୁବାର ସ୍ଥାନୀୟ ପୁରୁଣାବସ୍ତି ନିବାସୀ ଘନଶ୍ୟାମ ପଟ୍ଟନାୟକଙ୍କ ସୁପୁତ୍ର ଦେବାଶିଷ ସହ ଶିବନିଙ୍କ ବିବାହ ଉତ୍ସବରେ ଉପହାର ସ୍ୱରୂପ ତାଙ୍କ ସହପାଠୀମାନେ ଏକ ଜାରକିନ୍‌ରେ ୫ ଲିଟର ପେଟ୍ରୋଲକୁ ଉପହାର ଭାବରେ ନବଦମ୍ପତିଙ୍କୁ ପ୍ରଦାନ କରିଥିଲେ। ବର୍ଦ୍ଧିତ ତୈଳ ଦର ଯୋଗୁଁ ମଧ୍ୟବିତ୍ତ ପରିବାର ଉପରେ ପଡୁଥିବା ଚାପ ବିରୋଧରେ ଏକ ଭିନ୍ନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି କହିଛନ୍ତି ସଂଗ୍ରାମ ମହାନ୍ତି।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ଦେଶରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବା ପରିବର୍ତ୍ତେ ଅହେତୁକ ଭାବରେ ବୃଦ୍ଧି ପାଉଛି। ଏହାକୁ ଯଥାଶୀଘ୍ର ବିଚାରକୁ ନେଇ ତୈଳ ଦର ହ୍ରାସ କରିବା ପାଇଁ ସ୍ଥାନୀୟ ଯୁବକମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

The post ସାଙ୍ଗର ବିବାହ ଉତ୍ସବରେ ପେଟ୍ରୋଲ ଉପହାର! first appeared on Sambad.



from ରାଜ୍ୟ – Sambad https://ift.tt/2LuOMpa

Post a Comment

0 Comments