
ଘୁ.ଉଦୟଗିରି : ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳୁଛି। କନ୍ଧମାଳରେ ବିଳମ୍ବରେ ଶୀତ ଆରମ୍ଭ ହୋଇଥିବା ବେଳେ କିଛି ଦିନ ଶୀତର ପ୍ରକୋପ ରହି ପୁଣି କିଛି ଦିନ ଅନ୍ତର୍ଦ୍ଧାନ ହୋଇଯାଉଛି। ଚଳିତ ବର୍ଷ ଶୀତଋତୁରେ ଶୀତ ଆସୁଛି ଓ ଯାଉଛି। ସାଧାରଣତଃ ଫେବ୍ରୁଆରି ମାସରେ ଶୀତର ପ୍ରକୋପ କମିବାରେ ଲାଗିଥାଏ। କିନ୍ତୁ ଚଳିତବର୍ଷ ଫେବ୍ରୁଆରି ମାସରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଶୀତ ଏକ ପ୍ରକାର ଉଭାନ ହୋଇଯାଇଥିଲା। ଗତକାଲି ଠାରୁ ପାରଦ ଖସିବାରେ ଲାଗିଛି। ଏହାର ପ୍ରଭାବରେ ଜିଲ୍ଲାରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଅନ୍ୟ ପଟେ ସାରା ଅଞ୍ଚଳ ଏକ ପ୍ରକାର କୁହୁଡ଼ିର ଚାଦର ଭିତରେ ଢାଙ୍କି ହୋଇରହୁଛି। ପ୍ରବଳ କୁହୁଡ଼ିଅନୁଭୂତ ହେବା ଯୋଗୁଁ ଗାଡ଼ି ଚାଳନାରେ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଆଶଙ୍କା ରହିଛି। ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଥିବା ବେଳେ ଦିନରେ ପ୍ରବଳ ଖରା ହେଉଛି।
The post ଲେଉଟିଲା ଶୀତ, ଘୁ.ଉଦୟଗିରିରେ ଘନ କୁହୁଡ଼ି first appeared on Sambad.
from ରାଜ୍ୟ – Sambad https://ift.tt/3th9xFE
0 Comments