ବାରିପଦା: ବୁଧବାର ସକାଳେ ବାରିପଦା ସହର ମଧ୍ୟକୁ ପଶି ଆସିଥିବା ଏକ ବନ୍ୟ ହରିଣକୁ ବନ ବିଭାଗର କର୍ମଚାରୀମାନେ କାବୁ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳେ ଗୋଟାଏ ବୟସ୍କ ବନ୍ୟ ହରିଣ ଅଚାନକ ବାରିପଦା ସହର ଅନ୍ତର୍ଗତ ୨୧ ନମ୍ବର ଓ୍ଵାର୍ଡର ମୁର୍ଗାବାଡ଼ି ଅଞ୍ଚଳର ବ୍ୟୋମକେଶ ପାଣିଗ୍ରାହୀଙ୍କ ଘରେ ପଶିଯାଇଥିଲା।

ମୁହଁରେ କ୍ଷତ ହୋଇ ରକ୍ତ ଝରୁ ଥିବାରୁ ବାଟବଣା ହରିଣଟିକୁ କୁକୁରମାନେ ଆକ୍ରମଣ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଖବର ପାଇ ସେଠାରେ ପହଞ୍ଚିଥିବା ବନ ବିଭାଗର କର୍ମଚାରୀମାନେ ଜାଲ ପକାଇ ମଧ୍ୟ ଆହତ ହରିଣଟିକୁ କାବୁ କରିବାରେ ବିଫଳ ହୋଇଥିଲେ। ତରକି ଯାଇଥିବା ହରିଣଟି କୌଣସି ମତେ ସେଠାରୁ ଧାଇଁ ପଳାଇଥିଲା।
ପରେ ପରେ ହରିଣଟିର ପିଛା କରୁଥିବା ବନ ବିଭାଗର କର୍ମଚାରୀମାନେ ତାକୁ କାବୁ କରିଥିବା ଜଣାପଡ଼ିଛି।
The post ଧରାପଡ଼ିଲା ବାରିପଦା ସହର ମଧ୍ୟକୁ ଚାଲିଆସିଥିବା ହରିଣ first appeared on Sambad.
from ରାଜ୍ୟ – Sambad https://ift.tt/3jwZ7xm
0 Comments