
କଟକ : ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ( ଆରଟିଓ) ଅଫିସମାନଙ୍କରେ ଆଉ ଲୋକଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନାହଁ। ଚୌକିରେ ଲୋକ ବସିରହିବେ, ସେମାନଙ୍କ ସବୁ କାମ ସୁରୁଖୁରୁରେ ହେବ। ବଡ ଡିସପ୍ଲେ ସ୍କ୍ରିନରେ ସେମାନଙ୍କ କାମ କେତେ ବାଟ ଆଗେଇଛି, କେତେବେଳେ ଶେଷ ହେବ, ସେ ସୂଚନା ଜାରି କରାଯିବ। ଫଳରେ ଡ୍ରାଇଭିଂ ଲାଇସେନସ ପାଇଁ ସ୍ଲଟ ବୁକିଂ ହେଉ କି ଚାଲାଣ କାଟିବା ଓ ଅନ୍ୟାନ୍ୟ ସେବା ସହଜରେ ମିଳିପାରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପରିବହନ କର୍ତ୍ତୃପକ୍ଷ( ଏସ୍ଟିଏ) ଓ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଛନ୍ତି।
ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨ କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ଯୋଜନା ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର-୧, କଟକ, ଗଂଜାମ, ପୁରୀ, ଭୁବନେଶ୍ବର ଆରଟିଓ-୨ରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ। ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଲୋକଙ୍କୁ ଏଭଳି ସୁବିଧା ମିଳିପାରିବ। ଏହାଦ୍ବାରା ଆରଟିଓ ଅଫିସରେ ଘଣ୍ଟା ଘଣ୍ଟା ଧାଡିରେ ଠିଆ ହେଉଥିବା ଲୋକଙ୍କୁ ଆଉ କଲବଲ ହେବାକୁ ପଡିବ ନାହିଁ। ସାଧାରଣ ଲୋକ ସହଜରେ ଅନଲାଇନରେ ନିଜର ସ୍ଲଟ ବୁକିଂ କରିବା ସହିତ ସିଧାସଳଖ ମଧ୍ୟ ବୁକିଂ କରିପାରିବେ। ଡ୍ରାଇଭିଂ ଲାଇସେନସ ଓ ଅନ୍ୟ ଗାଡି କାଗଜପତ୍ର ପାଇଁ ଲୋକଙ୍କୁ ଏହି ଉନ୍ନତମାନର ସୁବିଧା ଉପଲବ୍ଧ ହେବ। ଆରଟିଓ ଅଫିସ ଆସୁଥିବା ଲୋକ ଅଫିସରେ ପଡିଥିବା ଚେୟାରରେ ବସି ଅପେକ୍ଷା କରିବେ। ସେମାନେ ବସିଥିବା ବେଳେ ସ୍କ୍ରିନରେ ସେମାନଙ୍କ ନାମ ଓ ଟୋକନ ନମ୍ବର ଦେଖିପାରିବେ। ଏପରିକି ସେମାନଙ୍କ କାମ ସରିବାକୁ ଆଉ କେତେ ସମୟ ଲାଗିବ, ପ୍ରତୀକ୍ଷାଳୟରେ ବସି ସେମାନେ ତାହା ଜାଣିପାରିବେ। ସମୟ ସମୟରେ ସେମାନଙ୍କ କାର୍ଯ୍ୟ କେତେ ବାଟ ଗଲା ତହାର ସୂଚନା ଦିଆଯିବ। ଏହାଦ୍ବାରା ଆରଟିଓ ଅଫିସରେ ସେବାର ମାନ ବୃଦ୍ଧି ପାଇବ। ସମସ୍ତ ସେବା, ଡ୍ରାଇଭିଂ ଲାଇସେନସ, ଚାଲାଣ କାଟିବା ମଧ୍ୟ ସହଜ ହେବ।
ପ୍ରକାଶ ଯେ, ମୋଟର ଯାନ ଆଇନର ସଂଶୋଧନ ହେବା ପରେ ଏବେ ଆରଟିଓ ଅଫିସରେ ଅଧିକ ଭିଡ ଜମୁଛି। ଏଥିପାଇଁ ରାଜ୍ୟ ସରକାର ପୂର୍ବରୁ ବହୁ ପଦକ୍ଷେପ ନେଇଥିବା ବେଳେ ଏବେ ଧାଡ଼ି ବ୍ୟବସ୍ଥାର ସୁପରିଚାଳନା ପାଇଁ ଏ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଆଜି ଏସଟିଏ ପକ୍ଷରୁ ଅତିରିକ୍ତ କମିସନର( ବୈଷୟିକ) ଶ୍ରୀ ଲୋଧା ଓ ଏନଏସଆଇସିର ବରିଷ୍ଠ ମହାପ୍ରବନ୍ଧକ ଡକ୍ଟର ଅନୁପମ ଗ୍ୟାନ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଚୁକ୍ତି ସ୍ବାକ୍ଷର ବେଳେ ଏସଟିଏ କମିସନର ସଂଜୀବ ପଣ୍ଡା, ଏନଟିସି(ଫୋର୍ସମେଣ୍ଟ) ନୀତି ଶେଖର, ଏଟିସି (ପ୍ରଶାସନ) ଶ୍ରୀନିବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
The post ରାଜ୍ୟ ପରିବହନ କର୍ତ୍ତୃପକ୍ଷ-ଏନ୍ଏସ୍ଆଇସି ଚୁକ୍ତି : ଆରଟିଓରୁ ଉଠିଯିବ ଧାଡ଼ି ବ୍ୟବସ୍ଥା first appeared on Sambad.
from ରାଜ୍ୟ – Sambad https://ift.tt/3tq5g35
0 Comments