ରାସ୍ତାକଡ଼ରେ ଯୁବକର ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ବେଲପଡ଼ା ରାସ୍ତାର ଗଞ୍ଜାବାହାଲ ଛକ ନିକଟ ରାସ୍ତାକଡ଼ରେ ଏକ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗଞ୍ଜାବାହାଲ ଗାଁର ଗଣ ବଛା ବୋଲି ଜଣାପଡ଼ିଛି। ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ରାତିରେ ଗଣ କିଛି ସାଙ୍ଗମାନଙ୍କ ସହ ବେଲପଡ଼ା ଗାଁର ଢୁଲୁ ରେଷ୍ଟୁରାଣ୍ଟକୁ ଖାଇ ଘରକୁ ଫେରିବେ ବୋଲି ଭାଇକୁ ଫୋନରେ କହିଥିଲେ। ପରେ ଆଉ ରାତିରେ ଘର ଲୋକେ ଫୋନ କଲେ ମଧ୍ୟ ଫୋନ ଉଠାଇନଥିଲେ ଗଣ।
ସକାଳେ ଏକ ଗଛ ନିକଟରେ ଗଣର ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତ ଦେହ ପଡ଼ିଥିବା ସ୍ଥାନରୁ ୧୦୦ ମିଟର ଦୂରରେ ଏକ ବାଇକ ପଡ଼ିଥିବା ଦେଖିବାକୁ ମିଳିଛି। ପରିବାର ଲୋକେ କହିଛନ୍ତି କି ଗଣକୁ ହତ୍ୟାକରି ଦୁର୍ଘଟଣା ର ରୂପ ଦେବାପାଇଁ ଚେଷ୍ଟା କରୁଛନ୍ତି ଦୁର୍ବୃର୍ତ୍ତ ବୋଲି କହିଛନ୍ତି। ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ରାସ୍ତାକଡ଼ରେ ଯୁବକର ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ first appeared on Sambad.



from ରାଜ୍ୟ – Sambad https://ift.tt/39XkcOh

Post a Comment

0 Comments