ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡର୍‌ ଯୋଜନା ଅନୁମୋଦନ ହେବା ସହ ଜମି ବିକ୍ରି ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହେବ। ଜାତୀୟ ସ୍ମାରକୀ ପ୍ରାଧିକରଣ ଦ୍ବାରା ପ୍ରସ୍ତାବିତ ଚିଠା ଐତିହ୍ୟ ବାଇ-ଲ ବିଜ୍ଞପ୍ତି ପ୍ରତ୍ୟାହାର ଏବଂ ବିଭିନ୍ନ ନୀତି ସମ୍ପର୍କରେ ଆଲୋଚନା ହେବ। ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସଦସ୍ୟମାନଙ୍କୁ ଚିଠି କରାଯାଇଛି।

The post ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ first appeared on Sambad.



from ରାଜ୍ୟ – Sambad https://ift.tt/3qlYaKF

Post a Comment

0 Comments