ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ବଡ଼ଭାଇକୁ ହତ୍ୟା କଲା ସାନଭାଇ

ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅଞ୍ଚଳରେ ବଡ଼ଭାଇକୁ ସାନଭାଇ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତକୁ ପୁଲିସ୍ ଧରିଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବଡ଼ଗାଁ ଥାନା ଟିମନା ପଞ୍ଚାୟତ ଘୁଗ୍ରୀବେର୍ନା ଗାଁର ମାନସିକ ବିକୃତ ସାନଭାଇ ସରୋଜ ଲାକ୍ରା(୨୮) ବଡ଼ଭାଇ ଜର୍ଜ ଲାକ୍ରା(୩୮)କୁ ବିଭତ୍ସ ଭାବେ ଗତକାଲି ରାତିରେ ହତ୍ୟା କରିଛିl ସରୋଜ ବଡ଼ଭାଇକୁ ଟାଙ୍ଗିଆରେ ହାଣି ଶରୀରକୁ ଖଣ୍ଡଖଣ୍ଡ କରିଥିବା ଜଣାଯାଇଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏନେଇ ବଡ଼ଗାଁ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି।

The post ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ବଡ଼ଭାଇକୁ ହତ୍ୟା କଲା ସାନଭାଇ first appeared on Sambad.



from ରାଜ୍ୟ – Sambad https://ift.tt/3p2mksu

Post a Comment

0 Comments