
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଘରୋଇ ସ୍କୁଲରେ ୨୫% ସିଟ୍ ଆର୍ଥିକ ଦୁର୍ବଳ ବର୍ଗର ପିଲାଙ୍କ ପାଇଁ ସଂରକ୍ଷିତ ରଖିବାର ନିୟମ ଅଛି। ଶିକ୍ଷା ଅଧିକାର ନିୟମ ଅନୁଯାୟୀ, ଏହି ସଂରକ୍ଷଣ ବ୍ୟବସ୍ଥା ଥିଲେ ହେଁ ଏହାକୁ ବିଭିନ୍ନ ସ୍କୁଲ କର୍ତ୍ତୃପକ୍ଷ ମାନୁ ନଥିବା ଅଭିଯୋଗ ହେଉଥିଲା। ତେଣୁ ଏହି ବ୍ୟବସ୍ଥାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଜ ନିୟନ୍ତ୍ରଣକୁ ଆଣିବ। ଏଥିପାଇଁ ଇଣ୍ଡସ୍ ଆକ୍ସନ ନାମକ ସଂସ୍ଥା ସହ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଏହି ବ୍ୟବସ୍ଥାକୁ ଆସନ୍ତା ୨୪ ତାରିଖରେ ଓସେପାରେ ଉଦ୍ଘାଟନ କରାଯିବ। ଏହାପରେ ୨୫ତାରିଖରୁ ଛାତ୍ରଛାତ୍ରୀ ଅନଲାଇନ୍ରେ ଆବେଦନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଛାତ୍ରଛାତ୍ରୀ ସେମାନଙ୍କ ପସନ୍ଦର ସ୍କୁଲ ପାଇଁ ଆବେଦନ କରିବେ। ଏହାପରେ ଆମେ ମେରିଟ୍ ଅନୁସାରେ ପିଲାଙ୍କୁ ସ୍କୁଲ ଆବଣ୍ଟନ କରିବୁ। ନୂଆ ବ୍ୟବସ୍ଥା ଦ୍ବାରା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଯାଇ ଆବେଦନ କରିବାକୁ ପଡ଼ିବନି।
The post ଘରୋଇ ସ୍କୁଲର ୨୫% ସଂରକ୍ଷିତ ସିଟ୍ ପାଇଁ ହେବ ଅନଲାଇନ୍ରେ ଆବେଦନ first appeared on Sambad.
from ରାଜ୍ୟ – Sambad https://ift.tt/3qIRvKM
0 Comments