ବନବିଭାଗ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ମିଳିଲା ଏସିଆ ପରିବେଶ ପ୍ରବର୍ତ୍ତନ ପୁରସ୍କାର

କଟକ: ଭାରତର ପ୍ରଥମ ମହିଳା ବନ ଅଧିକାରୀଭାବେ ଆଠଗଡ଼ର ପୂର୍ବତନ ଡିଏଫ୍‌ଓ ତଥା ବରିଷ୍ଠ ବନବିଭାଗ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ମିଳିଛି ଆନ୍ତର୍ଜାତିକ ଏସିଆ ପରିବେଶ ପ୍ରବର୍ତ୍ତନ ପୁରସ୍କାର। ସୀମାପାର ଅପରାଧ ରୋକିବା ବିଶେଷ କରି ବଜ୍ରକାପ୍ତା ଚୋରା ରାଲାଣ ରା‌କେଟ୍‌ ଧରିବା ସହିତ ବଜ୍ରକାପ୍ତା ଭଳି ବିଲୁପ୍ତ ପ୍ରାୟ ପ୍ରାଣୀର ଚୋରା କାରବାର ରାକେଟ୍‌କୁ ଲୋକଲୋଚନକୁ ଆଣିଥିବାରୁ ସସ୍ମିତାଙ୍କୁ ଭର୍ଚୁଆଲ ମିଟ୍‌ରେ ଜାତିସଂଘ ଓ ଏହାର ସହଯୋଗୀ ଏଜେନ୍ସି ଆନ୍ତର୍ଜାତିକ ବିଶେଷଜ୍ଞ କମିଟି(ୟୁଏନ୍‌ଡିପି) ଏହି ପୁରସ୍କାର ପାଇଁ ଚୟନ କରିଥିଲେ। ଆଜି ଭର୍ଚୁଆଲ ମିଟ୍‌ରେ ୟୁଏନ୍‌ଡିପି ପକ୍ଷରୁ ସସ୍ମିତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଭଳି ମର୍ଯ୍ୟାଦାଜନକ ପୁରସ୍କାର ପାଇବା ପରେ ନିଜ ପ୍ରତିକ୍ରିୟାରେ ସସ୍ମିତା କହିଛନ୍ତି ଯେ ବଜ୍ରକାପ୍ତା ଚାଲାଣକୁ ନେଇ ଖୋଳତାଡ ପରେ ଏତେ ବଡ ଆନ୍ତର୍ଜାତିକ ରାକେଟ୍‌ ସାମନାକୁ ଆସିଥିଲା। ତାହାକୁ ନେଇ ଏ ସ୍ବୀକୃତି ମିଳିଛି। ସୂଚନାଯୋଗ୍ୟ ଯେ ଗତ କିଛିଦିନ ପୂର୍ବରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ‌ଜାଭେଡ୍‌କର ମଧ୍ୟ ସସ୍ମିତାଙ୍କ ବଜ୍ରକାପ୍ତା ସୁରକ୍ଷା ଓ ରାକେଟ୍‌ ଧରିବା ଘଟଣାକୁ ଟୁଇଟ୍ କରି ପ୍ରଂଶସା କରିଥିଲେ।

The post ବନବିଭାଗ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ମିଳିଲା ଏସିଆ ପରିବେଶ ପ୍ରବର୍ତ୍ତନ ପୁରସ୍କାର first appeared on Sambad.



from ରାଜ୍ୟ – Sambad https://ift.tt/3u59BsC

Post a Comment

0 Comments