
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ସମୟସୀମାକୁ ଫେବ୍ରୁଆରି ୧୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଫର୍ମପୂରଣ ଶେଷ ତାରିଖ ଫେବ୍ରୁଆରି ୧୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ନିର୍ଦ୍ଧାରିତ ସମୟ ଭିତରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ପାରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ସେଥିପାଇଁ ଫର୍ମପୂରଣ ସମୟସୀମା ଦୁଇଦିନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ କରି ୧୨ ତାରିଖ ମଧ୍ୟରାତ୍ରୀ ଭିତରେ ଦାଖଲ କରିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରୁ ସୂଚନା ମିଳିଛି।
The post ମାଟ୍ରିକ ଫର୍ମପୂରଣ ସମୟସୀମା ୧୨ ପର୍ଯ୍ୟନ୍ତ ବଢ଼ିଲା first appeared on Sambad.
from ରାଜ୍ୟ – Sambad https://ift.tt/3d1CHmD
0 Comments