ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଚାଷୀଙ୍କ ତିନିଘଣ୍ଟିଆ ଚକାଜାମ୍: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଷୀଙ୍କ  ତିନିଘଣ୍ଟିଆ ଚକାଜାମ୍ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକ- ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଜାରି ରହିଛି। ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜପଥର ଉଭୟ ପଟେ ଶହଶହ ସଂଖ୍ୟକ ଗାଡ଼ି ଅଟକି ରହିଛି। ଦେଶବ୍ୟାପୀ ଅଖଚକ ଜାମକୁ ସମର୍ଥନ କରି ଆଜି ମାଷ୍ଟରକ୍ୟାଣ୍ଟିନରେ ଏଆଇଟିୟୁସି ଓ ବିକେଏମୟୁର ଶତାଧିକ ଚାଷୀ ଓ ଶ୍ରମିକ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଓ ଆନ୍ଦୋଳନକୁ ଜୋରଦାର କରୁଛନ୍ତି।

ଏଣେ କଟକର ମଧୁପାଟଣା ଛକ ଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଆରମ୍ଭ ହୋଇଛି। ସେଠାରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି।

ସୂଚନାଯୋଗ୍ୟ, ଚାଷୀ ସଂଗଠନଗୁଡ଼ିକ ଡାକରା ଦେଇଥିବା ଦେଶବ୍ୟାପି ‘ଚକା ଜାମ’କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛି।

The post ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଚାଷୀଙ୍କ ତିନିଘଣ୍ଟିଆ ଚକାଜାମ୍: ଯାନବାହନ ଚଳାଚଳ ବାଧାପ୍ରାପ୍ତ first appeared on Sambad.



from ରାଜ୍ୟ – Sambad https://ift.tt/2LpgYtn

Post a Comment

0 Comments