
କଟକ : ଢେଙ୍କାନାଳର ଯୁବତୀଙ୍କୁ ଦୁଷ୍କର୍ମ, ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ୍ କରିବା ଘଟଣା ନୂଆ ମୋଡ ନେଇଛି। ଯେଉଁ ଯୁବକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିଲା, ସେହି ଯୁବକ ଆଜି ସଂପୃକ୍ତ ଯୁବତୀଙ୍କୁ ବିବାହ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ଗୁରୁବାର ଉଭୟଙ୍କର ଆଦର୍ଶ ବିବାହ ପୁଲିସ ଉପସ୍ଥିତିରେ ହୋଇଛି। ଯୁବକଙ୍କ ହାତରେ ହାତକଡ଼ି ବଦଳରେ ହାତ ଗଣ୍ଠି ପଡ଼ିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ସୂଚନା ଅନୁଯାୟୀ, ଛତ୍ରବଜାରରେ କାମ କରୁଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବ୍ୟକ୍ତି ମହତାବ ରୋଡ଼ରେ ଭଡ଼ା ନେଇ ରହୁଥିବା ବେଳେ ତାଙ୍କ ୨୧ ବର୍ଷିୟା ଝିଅ ତାଙ୍କ ସହିତ ବି ରହୁଥିଲେ। ପିପିନା ନାବାଳିକା ଥିବା ସମୟରେ ମହତାବ ରୋଡ ଅଞ୍ଚଳରେ ଏକ ଔଷଧ ଦୋକାନରେ କାମ କରୁଥିବା ଜଣେ ଯୁବକ ନରେନ୍ଦ୍ର ପଣ୍ତାଙ୍କ ସହିତ ପରିଚୟ ହୋଇଥିଲା। ଜଗତସି˚ହପୁରର ବଡ଼ ତିହଡ଼ାର ନିରଞ୍ଜନ ପଣ୍ତାଙ୍କ ୩୦ ବର୍ଷୀୟ ପୁଅ ନରେନ୍ଦ୍ର ବାଦାମବାଡ଼ି ରକ୍ସି ଲେନରେ ରହୁଥିଲେ। ନରେନ୍ଦ୍ର ତାଙ୍କୁ କୋଲଡ ଡ୍ରିଙ୍କସରେ ନିଶା ଦେଇ ପ୍ରଥମେ ଦୁଷ୍କର୍ମ କରିବା ଏବଂ ପରେ ସେହି ଫଟୋ ଭାଇରାଲ କରିବାର ଧମକ ଦେଇ ଶାରୀରିକ ସଂପର୍କ ରଖିଥିଲେ। ୩/୪ ବର୍ଷ ଭିତରେ ସେ ବିଭିନ୍ନ ସମୟରେ ବିବାହର ପ୍ରତିଶ୍ରୁତି ବି ଦେଇଥିଲେ। ଏଭଳି ସ୍ଥିତିରେ ଗଲା ଏକ ମାସ ତଳେ ଯୁବତୀ ଜଣକ ତ୍ରିଶୂଳିଆ ନିକଟରେ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଓଲସା ପକ୍ଷରୁ ସଦସ୍ୟା ମିତାଲି ଭଞ୍ଜ ତାଙ୍କୁ ଉଦ୍ଧାର କରିଥିଲେ।
ଜିଲ୍ଲା ଆଇନସେବା ପ୍ରାଧିକରଣରେ ଗଲା ୨ ତାରିଖରେ ଓ ୩ ତାରିଖରେ ବାଦାମବାଡ଼ି ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଉଭୟପକ୍ଷଙ୍କୁ ଡାକି ଘଟଣା ସଂପର୍କରେ ଜେରା କରିଥିଲା। କିନ୍ତୁ ପରସ୍ପର ମଧ୍ୟରେ ଆପୋସ ଆଲୋଚନା ପରେ ଆଜି ଉଭୟ ଚଣ୍ତୀମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୫ଟା ୩୦ ବେଳେ ଚଣ୍ତୀମନ୍ଦିରରେ ବିବାହ ଆୟୋଜନ ହୋଇଥିଲା।
The post ଢେଙ୍କାନାଳ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା : ହାତକଡ଼ି ବଦଳରେ ପଡ଼ିଲା ହାତଗଣ୍ଠି first appeared on Sambad.
from ରାଜ୍ୟ – Sambad https://ift.tt/3oRoUBt
0 Comments